Site icon ଆଜିକାଲି

ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ, ତୀବ୍ରତା ୫.୨

ନୂଆଦିଲ୍ଲୀ : ଆଜି ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେ ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଭୂକମ୍ପ ବିଷୟରେ ସୂଚନା ଦେଇଛି । ଆଜି ସକାଳ ୭.୩୫ ରେ ଏହି ଭୂକମ୍ପ ଘଟିଛି । ବର୍ତ୍ତମାନ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ ।

ତେବେ ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନର ଫୌଜାବାଦରେ ୪.୪ ତୀବ୍ରତାର ଏକ ଭୂକମ୍ପ ହୋଇଥିଲା । ଫୌଜାବାଦର ପ୍ରାୟ ୧୮୦ କିଲୋମିଟର ଦକ୍ଷିଣ-ପୂର୍ବରେ ଏହି ଭୂକମ୍ପ ଘଟିଛି ।

Exit mobile version