Site icon ଆଜିକାଲି

ନିକୋବାର ଦ୍ୱୀପରେ ୫.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ନିକୋବାର ଦ୍ୱୀପରେ ଭୂମିକମ୍ପ । ୫.୦ ତୀବ୍ର ଝଟ୍‌କାରେ ଥରିଛି ଦ୍ୱୀପାଞ୍ଚଳ। ସୋମବାର ସକାଳ ୫ଟା ସମୟରେ ଏହି ଭୂମିକମ୍ପ ହୋଇଥିବା ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଭୂବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଭୂମିକମ୍ପର ଗଭୀରତା ୧୦ କିମି ଭିତରେ ହୋଇଛି। ଟ୍ୱିଟ୍ କରି ଭୂ ବିଜ୍ଞାନ କେନ୍ଦ୍ର ଲେଖିଛି “ ନିକୋବାର ଦ୍ୱୀପାଞ୍ଚଳରେ ୫.୦ ତୀବ୍ରତାର ଭୂମିକମ୍ପ ୦୬.୦୩.୨୦୨୩ ସକାଳ ୫:୦୭: ୧୭ରେ ହୋଇଛି। ଏହାର ଗଭୀରତା ୧୦ କିମି ରହିଛି।”

Exit mobile version