Site icon ଆଜିକାଲି

ସିଡନୀରେ ଅସନ୍ତୁଷ୍ଟ ଟିମ ଇଣ୍ଡିଆ, ନେଟ୍‌ ପ୍ରାକ୍ଟିସ ପାଇଁ ମନା କଲା ଦଳ

ମେଲବୋର୍ଣ୍ଣ : ଟି-୨୦ ବିଶ୍ବକପ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ରହିଛି ଭାରତ । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନେଦରଲାଣ୍ଡସ ସହ ଦଳର ମୁକାବିଲା ରହିଛି । ଏନେଇ ସିଡନୀରେ ପହଞ୍ଚିଛି ଟିମ ଇଣ୍ଡିଆ । ମ୍ୟାଚ ପୂର୍ବରୁ ସିଡନୀରେ ଭାରତୀୟ କ୍ରିକେଟ ଟିମ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ନେଟ୍ ପ୍ରାକ୍ଟିସ ପାଇଁ ମନା କରିଛି । ହୋଟେଲ ଠାରୁ ୪୨ କିମି ଦୂର ବ୍ଲାକଟାଉନରେ ପ୍ରାକ୍ଟିସ ହେଉଥିବାରୁ ମନା କରିଛି ଦଳ । ଏତେ ଦୂରକୁ ଯାଇ ପ୍ରାକ୍ଟିସ ସମ୍ଭବ ନୁହେଁ ବୋଲି ଜଣାଇଛି । ଏହା ସହ ଖାଦ୍ୟକୁ ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ଖେଳାଳି । ଖାଦ୍ୟରେ କେବଳ ସାଣ୍ଡୱିଚ ଦିଆଯାଇଥିଲା ତାହା ପୁଣି ଥଣ୍ଡା ହୋଇଯାଇଥିବା କହିଛି ଭାରତୀୟ ଦଳ ।

ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭାରତୀୟ ଦଳକୁ ପ୍ରାକ୍ଟିସ ସେସନରେ ଥଣ୍ଡା ଖାଦ୍ୟ ଦିଆଯାଇଥିଲା । ସ୍ବାଦିଷ୍ଟ ମଧ୍ୟ ନଥିଲା । ଖାଇବାକୁ କେବଳ ସାଣ୍ଡୱିଚ ଦିଆଯାଇଥିଲା । ଆଇସିସିକୁ ଭାରତୀୟ ଦଳ କହିଛି ଯେ, ସିଡନୀରେ ପ୍ରାକ୍ଟିସ ସେସନ ପରେ ଦଳକୁ ଦିଆଯାଇଥିବା ଖାଦ୍ୟ ଥଣ୍ଡା ଓ ଖାଦ୍ୟ ଉପଯୋଗୀ ନଥିଲା । ଏହା ସହ ବ୍ଲାକଟାଉନରେ ପ୍ରାକ୍ଟିସ ପାଇଁ ମନା କରିଛି ଦଳ । ହୋଟେଲ ଠାରୁ ୪୨ କିମି ଦୂର ବ୍ଲାକଟାଉନରେ ପ୍ରାକ୍ଟିସ ମ୍ୟାଚ ଥିବାରୁ ଦଳ ଖେଳିବାକୁ ମନା କରିଛି ।

Exit mobile version