Site icon ଆଜିକାଲି

ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ନଜର ଆସିବେ ଅନନ୍ୟା ପାଣ୍ଡେ

ମୁମ୍ବାଇ : ଓଟିଟିରେ ଡେବ୍ୟୁ କରିବେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଖୁବ୍‌ଶୀଘ୍ର ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ‘କଲ୍‌ ମି ବେ’ରେ ସେ ନଜର ଆସିବେ । ଏଥିରେ ସେ ଜଣେ ଅରବପତି ଫ୍ୟାଶନିଷ୍ଟା ଭୂମିକା ନିର୍ବାହ କରିବେ । ତାଙ୍କୁ ‘ବେ’ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ।

ନିକଟରେ ବିଜୟ ଦେବରକୋଣ୍ଡାଙ୍କ ସହ ଫିଲ୍ମ ‘ଲାଇଗର୍‌’ରେ ନଜର ଆସିଥିଲେ ଅନନ୍ୟା ପାଣ୍ଡେ । ଏବେ ଆୟୁଷ୍ମାନ ଖୁରାନାଙ୍କ ସହ ‘ଡ୍ରିମ୍‌ ଗର୍ଲ-୨’ର ସୁଟିଂରେ ସେ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ଭଲ ପ୍ରୋଜେକ୍ଟର ଅଭାବ ନାହିଁ । ଫିଲ୍ମ ‘ଗେହରାଇୟାଁ’ରେ ଅନନ୍ୟା ଓଟିଟିରେ ନଜର ଆସିଥିଲେ। ଏଥର ସେ ପ୍ରଥମ ଥର ଏକ ସିରିଜ୍‌ରେ ନଜର ଆସିବେ । ତାଙ୍କ ଚରିତ୍ର ଉପରେ ସିରିଜ୍‌ଟି ପର୍ଯ୍ୟବସିତ । ଏକ ଘୋଟାଲା ଯୋଗୁ ତାଙ୍କ ଧନୀ ପରିବାର ତାଙ୍କୁ ଅସ୍ୱୀକାର କରିଛି । ଏହା ପରେ ସେ ନିଜକୁ ଆବିଷ୍କାର କରିବାର ଯାତ୍ରା ଆରମ୍ଭ କରିଛନ୍ତି । ଏବେ ଏକାଧିକ ଭଲ ପ୍ରୋଜେକ୍ଟ ଜରିଆରେ ଜଣେ କଳାକାର ଭାବେ ନିଜକୁ ପ୍ରମାଣ କରିବାକୁ ସେ ଅଣ୍ଟା ଭିଡ଼ିଛନ୍ତି । ତାଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ‘ଖୋ ଗୟେ ହମ୍‌ କହାଁ’ । ଏଥିରେ ସେ ସିଦ୍ଧାନ୍ତ ଚତୁର୍ବେଦୀ ଓ ଆଦର୍ଶ ଗୌରବଙ୍କ ସହ ନଜର ଆସିବେ।

Exit mobile version