Site icon ଆଜିକାଲି

ପୁଣି କିବ୍‌ ଉପରେ ରକେଟ୍‌ ଆକ୍ରମଣ କଲା ରୁଷ

କିବ୍‌ : ପୁଣି ରୁଷର ରକେଟ୍‌ ଆକ୍ରମଣରେ ଥରିଲା କିବ୍‌ । ସୋମବାର ସକାଳ ପ୍ରାୟ ୬.୩୫ରେ ପ୍ରଥମ ବିସ୍ଫୋରଣ ହେବା ଅଳ୍ପ ସମୟ ପୂର୍ବରୁ କିବ୍‌ରେ ବିମାନ ଆକ୍ରମଣ ସାଇରନ୍‌ ବଜାଯାଇଥିଲା। ପରେ ପରେ ଦେଶବ୍ୟାପୀ ସାଇରନ୍‌ ବଜାଯାଇଥିଲା। ପ୍ରାୟ ଏକ ସପ୍ତାହକ ପରେ ପ୍ରତ୍ୟୁଷରେ ପୁଣି ରୁଷୀୟ ରକେଟ୍‌ ଆକ୍ରମଣରେ ୟୁକ୍ରେନୀୟ ରାଜଧାନୀ କିବ୍‌ ଥରହର ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଦି ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ଲଢ଼େଇ ଭୀଷଣ ହେବାରୁ ଏବଂ ଦକ୍ଷିଣରେ ୟୁକ୍ରେନ୍‌ ପ୍ରତିଆକ୍ରମଣ କରିବାରୁ କିବ୍‌ ଉପରେ ଆକ୍ରମଣ ଆରମ୍ଭ ହୋଇଥିବା କଥା ମେୟର୍‌ ଭିଦାଲି କ୍ଲିଚ୍‌ଖୋ କହିଛନ୍ତି। ଏହି ଆକ୍ରମଣରେ କିବ୍‌ର କେନ୍ଦ୍ରୀୟ ସେଭ୍‌ଚେଙ୍କୋ ଜିଲା କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି।

Exit mobile version