Site icon ଆଜିକାଲି

ଦେବ୍ରିଗଡରେ ଅଭୟାରଣ୍ୟରେ ଗୋଟିଏ ମହାବଳ ଓ ୮୨ଟି କଲରାପତରିଆ ବାଘ ଚିହ୍ନଟ

ସମ୍ବଲପୁର : ଆସିଲା ଦେବ୍ରିଗଡ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଗଣନାର ଫଳାଫଳ । ଗତବର୍ଷ ଅପେକ୍ଷା ଦେବ୍ରିଗଡ ଅଭୟାରଣ୍ୟରେ ତୃଣଭୋଜିଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଡିଏଫଓ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି ।

ତେବେ ଗତବର୍ଷ ପ୍ରତି ବର୍ଗ କିଲୋମିଟରରେ ୨୯ଟି ବନ୍ୟପ୍ରାଣୀ ଥିବା ରେକର୍ଡ ହୋଇଥିବା ବେଳେ ଏଥର ତାହା ବୃଦ୍ଧି ପାଇଁ ୪୬ରେ ପହଞ୍ଚିଛି । ତୃଣଭୋଜିଙ୍କ ସଂଖ୍ୟା ବଢିଥିବା ଯୋଗୁଁ ଏଥର ମାଂସାସୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି ।
ଚଳିତ ବର୍ଷ ଗୋଟିଏ ମହାବଳ ବାଘ, ୮୨ଟି କଲରାପତରିଆ ବାଘ ଥିବା ଗଣନାରୁ ସ୍ପଷ୍ଟ ହୋଇଛି । ସେହିପରି ଗତବର୍ଷ ହରିଣ ପ୍ରତି ବର୍ଗ କିଲୋମିଟରରେ ୯୦ଟି ଥିବା ଡିଏଫଓ କହିଛନ୍ତି । ଚଳିତ ବର୍ଷ ୨୯ ମେ’ରୁ ୩ ଜୁନ୍ ପର୍ଯ୍ୟନ୍ତ ଏହି ଗଣନା ଚାଲିଥିବା ବେଳେ ୬୦ ଜଣିଆ ଟିମ୍ ମୁତୟନ ଥିଲେ ।

Exit mobile version