Site icon ଆଜିକାଲି

ଅଙ୍କିତାଙ୍କୁ ପୋଡି ମାରିବା ଘଟଣା; ଯାଞ୍ଚ କରିବାକୁ ଗଠନ ହେଲା ଏସଆଇଟି

ନୂଆଦିଲ୍ଲୀ : ଝାଡଖଣ୍ଡରରେ ଶାହରୁଖ ଏକତରଫା ପ୍ରେମରେ ବିଫଳ ହୋଇ ଅଙ୍କିତାଙ୍କୁ ପୋଡି ମାରିବା ଘଟଣାରେ ଯାଞ୍ଚ କରିବାକୁ ଗଠନ ହେଲା ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିର୍ଦ୍ଦେଶ ପରେ ଘଟଣାର ଯାଞ୍ଚରେ ତନାଘନା ଆରମ୍ଭ ହୋଇଛି । ଏହି ଘଟଣାର ସବୁ ଦିଗରୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଥିବା କହିଛନ୍ତି ଝାଡଖଣ୍ଡ ପୋଲିସ ମୁଖ୍ୟାଳୟ ଏଡିଜି ଏମଏଲ ମୀଣା । ହତ୍ୟା ଘଟଣା ପରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ସାରା ରାଜ୍ୟରେ ଏନେଇ ଅସନ୍ତେଷ ବ୍ୟାପି ଚାଲିଥିବା ବେଳେ ଡୁମକା ସହରରେ ୧୪୪ ଧାରା ଜାରି କରାଯାଇଛି ।

ଏହାସହ ତଦନ୍ତ ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି ଫରେନ୍ସିକ୍ ଟିମ୍ ଓ ସିଆଇଡି ଟିମ୍ । ଏହି ମାମଲାରେ ଏଡିଜି ଘଟଣା ସ୍ଥଳରେ ପହଞ୍ଚିବା ପରେ ଯାଞ୍ଚରେ ତୀବ୍ରତା ପରିଲକ୍ଷିତ ହୋଇଛି । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିବାଦର ସ୍ୱର ଉଠିଥିବାବେଳେ ସାରା ଦେଶରୁ ପ୍ରତିକ୍ରିୟା ପ୍ରକାଶ ପାଉଛି । ତେବେ ଏହି ମାମଲାରେ ଏସଡିପିଓଙ୍କ କାର୍ଯ୍ୟକୁ ସନ୍ଦେହଜନକ ବୋଲି କହି ଜନୈକ ସମାଜସେବୀ ତାଙ୍କ ନାଁରେ ଅଭିଯୋଗ ଦାଏର କରିଛନ୍ତି । ତାଙ୍କୁ ବଦଳି କରାଯାଇଛି ।

Exit mobile version