Site icon ଆଜିକାଲି

ପାରା ଅଲିମ୍ପିକ୍ସରେ ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ : ପାରା ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ରେକର୍ଡ ସଂଖ୍ୟକ ପଦକ ଜିତିଛନ୍ତି। ଭାରତ ପାରା ଅଲିମ୍ପିକ୍ସରେ ୭ ସ୍ୱର୍ଣ୍ଣ ସହ ମୋଟ ୨୯ଟି ପଦକ କବଜା କରିଛି। ପୂର୍ବରୁ କୌଣସି ପାରା ଅଲିମ୍ପିକ୍ସରେ ଭାରତ ଏତେ ସଂଖ୍ୟକ ପଦକ ଜିତି ନଥିଲା। ଏହି ଐତିହାସିକ ସଫଳତା ପାଇଁ ଆଜି ଭାରତ ସରକାର ପଦକ ବିଜେତାଙ୍କ ପାଇଁ ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି।

ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଖେଳାଳିଙ୍କୁ କେନ୍ଦ୍ର ସରକାର ୭୫ ଲକ୍ଷ ଟଙ୍କା ଲେଖାଏ ଦେବେ। ସେହିପରି ରୌପ୍ୟ ପଦକ ବିଜେତା ୫୦ ଲକ୍ଷ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା ଖେଳାଳି ୩୦ ଲକ୍ଷ ଟଙ୍କା ପାଇବେ। ସେହିପରି ମିକ୍ସଡ ଟିମ ଇଭେଣ୍ଟରେ ଦକ୍ଷତା ଦେଖାଇଥିବା ତୀରନ୍ଦାଜ ଶୀତଲ ଦେବୀଙ୍କ ଭଳି ଖେଳାଳିଙ୍କୁ ୨୨.୫ ଲକ୍ଷ ଟଙ୍କା ଲେଖାଏ ମିଳିବ। ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏପରି ଘୋଷଣା କରିଛନ୍ତି।

୨୦୨୮ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସରେ ପାରା ଆଥଲେଟମାନେ କେମିତି ଅଧିକ ପଦକ ଜିତିପାରିବେ, ସେସବୁ ସୁବିଧା ଭାରତ ସରକାର ଯୋଗାଇ ଦେବେ ବୋଲି ମଧ୍ୟ ମାଣ୍ଡଭୀୟ ପ୍ରତିଶ୍ରୁତି ଦେଇଛନ୍ତି।

Exit mobile version