Site icon ଆଜିକାଲି

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ପରିବର୍ତ୍ତନ, ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଗଲେ ଏସପି ସିଂହ ବାଘେଲ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳରେ ପୁଣି ଏକ ପରିବର୍ତ୍ତନ କରାଯାଇଛି । କିରେନ ରିଜିଜୁଙ୍କୁ ପରେ ଏବେ ଆଇନ ରାଷ୍ଟ୍ରମନ୍ତ୍ରୀ ଏସପି ସିଂହ ବାଘେଲଙ୍କ ବିଭାଗ ବଦଳିଛି। ବାଘେଲ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି । ଆଇନ ମନ୍ତ୍ରାଳୟରେ ସ୍ବାଧୀନ ଦାୟିତ୍ବ ସହ ଅର୍ଜୁନ ରାମ ମେଘୱାଲ ରାଷ୍ଟ୍ରମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିବାରୁ ଦ୍ୱିତୀୟ ରାଷ୍ଟ୍ରମନ୍ତ୍ରୀଙ୍କୁ ସେଠାରୁ ବଦଳି କରାଯାଇଛି। ଏନେଇ ରାଷ୍ଟ୍ରପତି ଭବନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ରାଜ୍ୟ ସଂସ୍କୃତି ବିଭାଗ ସମ୍ଭାଳୁଥିବା ମେଗୱାଲଙ୍କୁ ଆଇନ ଏବଂ ନ୍ୟାୟ ମନ୍ତ୍ରାଳୟର ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

ଏହା ପୂର୍ବରୁ ଆଜି ଅଚାନକ ମୋଦୀ ସରକାରଙ୍କ ଅନ୍ୟତମ ହାଇ ପ୍ରୋଫାଇଲ୍ ମନ୍ତ୍ରୀ କିରେନ ରିଜିଜୁଙ୍କୁ ଠାରୁ ଆଇନ ମନ୍ତ୍ରାଳୟ ଦାୟିତ୍ବ କାଢ଼ି ନିଆଯାଇଥିଲା। ତାଙ୍କୁ ଭୂବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଥିଲା । ରିଜିଜୁ ୨୦୨୧ରେ ଆଇନ ମନ୍ତ୍ରୀ ହୋଇଥିଲେ ।

FacebookTwitterLinkedinWhatsapp
Exit mobile version