Site icon ଆଜିକାଲି

ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ : ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ। ଜାଭେଲିନରେ ନବଦୀପ ସିଂହଙ୍କ ସିଲଭର୍ ଗୋଲ୍ଡ ମେଡାଲରେ ବଦଳିଛି। ଡିସକ୍ୱାଲିଫାଏ ହେଲେ ପୂର୍ବରୁ ସ୍ୱର୍ଣ୍ଣ ଜିତିଥିବା ଇରାନର ସାଦେଘ ବେତ୍ ସୟାହ। ବିବାଦୀୟ ପତାକା ପ୍ରଦର୍ଶନ କରିବାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି ସାଦେଘ।

ଏହାପରେ ପୁରୁଷ ଜାଭେଲିନ୍ ଥ୍ରୋ ଏଫ୪୧ ଫାଇନାଲରେ ୨ୟ ସ୍ଥାନରେ ଥିବା ନବଦୀପଙ୍କ ରୌପ୍ୟ ପଦକ ସ୍ୱର୍ଣ୍ଣକୁ ପରିବର୍ତ୍ତିତ ହୋଇଛି। ଫାଇନାଲରେ ତୃତୀୟ ଥ୍ରୋରେ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ୪୭.୩୨ ମିଟର ହାସଲ କରିଥିଲେ ନବଦୀପ। ଜାଭେଲିନ୍ ଥ୍ରୋ ଏଫ୪୧ରେ ଭାରତକୁ ସର୍ବପ୍ରଥମ ସ୍ୱର୍ଣ୍ଣ ପଦକ ଦେଇ ଇତିହାସ ରଚିଛନ୍ତି ସେ। ଏହି ସଫଳତା ସହ ପ୍ୟାରିସ ପାରାଲିମ୍ପିକ୍ସରେ ଭାରତକୁ ୭ଟି ଗୋଲ୍ଡ ସହ ମୋଟ ୨୯ ମେଡାଲ୍ ମିଳିଛି।

Exit mobile version