Site icon ଆଜିକାଲି

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ, ୪୧ ବର୍ଷ ପରେ ଇକ୍ବେଷ୍ଟ୍ରିଆନ ଇଭେଣ୍ଟରେ ଗୋଲ୍ଡ ମେଡାଲ

ହାଙ୍ଗଝୋ : ହାଙ୍ଗଝୋରେ ଚାଲିଥିବା ଊନବିଂଶ ଏସୀୟ କ୍ରୀଡ଼ାର ତୃତୀୟ ଦିନରେ ଭାରତ ଇକ୍ବେଷ୍ଟ୍ରିଆନ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ଭାରତର ସୁଦୀପ୍ତି ହାଜେଲା, ଦିବ୍ୟକୃତି ସିଂହ, ହୃଦୟ ଛେଡା ଏବଂ ଅନୁଷ୍ ଅଗ୍ରୱାଲାଙ୍କ ଟିମ୍ ଏହି ଇଭେଣ୍ଟରେ ୪୧ ବର୍ଷ ପରେ ଦେଶକୁ ସ୍ୱର୍ଣ୍ଣ ଦେଇଛନ୍ତି ।

ସେପଟେ ପୁରୁଷ ନୌଚାଳନାରେ ଭାରତର ଇବାଦ୍ ଅଲି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହାପୂର୍ବରୁ ନେହା ଠାକୁର ୨୮ ପଏଣ୍ଟ ସହ ରୌପ୍ୟ ପଦକ ଜିତିଥିଲେ। ଏଥିସହ ଭାରତ ବର୍ତ୍ତମାନ ସୁଦ୍ଧା ଏସୀୟ କ୍ରୀଡ଼ାରେ ତିନୋଟି ସ୍ବର୍ଣ୍ଣ ସହ ୧୪ଟି ପଦକ ଜିତିଛି ।

Exit mobile version