Site icon ଆଜିକାଲି

ସୁଟିଂରେ ଭାରତର ସ୍ବର୍ଣ୍ଣିମ ପ୍ରଦର୍ଶନ ଜାରି, ଆସିଲା ଆଉ ଏକ ଗୋଲ୍ଡ ମେଡାଲ୍

ହାଙ୍ଗଝୋ: ଏସୀୟ କ୍ରୀଡ଼ା ସୁଟିଂରେ ଭାରତର ସ୍ବର୍ଣ୍ଣିମ ପ୍ରଦର୍ଶନ ଜାରି ରହିଛି। ଭାରତୀୟ ସୁଟର ଦେଶକୁ ପୁଣି ଏକ ସ୍ବର୍ଣ୍ଣ ପଦକ ଦେଇଛନ୍ତି । ଶୁକ୍ରବାର ୧୦ ମିଟର ଏୟାର ପିସ୍ତଲ ମହିଳା ଇଭେଣ୍ଟରେ ପଲକ ଜିତିଛନ୍ତି ଗୋଲ୍ଡ ମେଡାଲ ‌ । ଏହି ଇଭେଣ୍ଟରେ ଭାରତର ଇଶା ସିଂ ମଧ୍ୟ ରୌପ୍ୟ ହାତେଇଛନ୍ତି । ସ୍ବର୍ଣ୍ଣ ବିଜୟୀ ପ୍ରଦର୍ଶନ ଅବସରରେ ପଲକ ୨୪୧.୧ ସ୍କୋର ସହ ଏସୀୟ କ୍ରୀଡ଼ାରେ ନୂଆ ରେକର୍ଡ କରିଛନ୍ତି । ଇଶା ସିଂ ୨୩୯.୭ ସ୍କୋର ସହ ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ | ପାକିସ୍ତାନର ତଲତ୍ ୨୧୮.୨ ସ୍କୋର ସହ ବ୍ରୋଞ୍ଜ ପାଇଛନ୍ତି ।

ଏସୀୟ କ୍ରୀଡ଼ାର ଷଷ୍ଠ ଦିନରେ ଭାରତ ଏଯାବତ ୨ଟି ସ୍ୱର୍ଣ୍ଣ ସହ ମୋଟ ପାଞ୍ଚଟି ପଦକ ଜିତିଛି। ଦୁଇଟି ଯାକ ସ୍ବର୍ଣ୍ଣ ସୁଟିଂରେ ଆସିଛି । ପ୍ରଥମ ସ୍ୱର୍ଣ୍ଣ ପୁରୁଷ ୫୦ ମିଟର ରାଇଫଲ ଦଳ ଜିତିଥିଲା । ଏହା ପରେ ପଲକ ୧୦ ମିଟର ପିସ୍ତଲର ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି | ଏହା ପୂର୍ବରୁ ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଇଶା, ପଲକ ଏବଂ ଦିବ୍ୟାଙ୍କ ତିନି ଜଣିଆ ଦଳ ରୌପ୍ୟ ପଦକ ଜିତିଥିଲେ | ଆଜି ପାଞ୍ଚଟି ପଦକ ମଧ୍ୟରୁ ଚାରିଟି କେବଳ ଶୁଟିଂରେ ଆସିଛି।

Exit mobile version