Site icon ଆଜିକାଲି

ବିହାରରେ ପୁଣି ଭୁଶୁଡ଼ିଲା ନିର୍ମାଣାଧୀନ ପୋଲ, ମାସକରେ ଦ୍ବିତୀୟ ଘଟଣା

Bihar: Between Thakurganj and Bahadurganj, bridge under construction on Mechi river has sunk.

କିଶାନଗଞ୍ଜ : ବିହାରରେ ପୁଣି ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି । ଜାତୀୟ ରାଜପଥ ନମ୍ବର ୩୨୭-ଇ ଅନ୍ତର୍ଗତ ଠାକୁଗଞ୍ଜ ଠାରୁ ବାହାଦୁରଗଞ୍ଜ ମଧ୍ୟରେ ଥିବା ମେଚି ନଦୀ ଉପରେ ନିର୍ମାଣାଧୀନ ଏହି ପୋଲ ଧସି ଯାଇଛି । ଏହି ଘଟଣା ପରେ କିଶାନଗଞ୍ଜ-ସିଲିଗୁଡି-ଅରାରିଆ ମାର୍ଗରେ ଗମନାଗମନ ବାଧାପ୍ରାପ୍ତ ହୋଇଛି । ପ୍ରଥମ ବର୍ଷାରେ ଗୌରୀ ଚୌକ୍ ଠାରେ ନିର୍ମିତ ଏହି ପୋଲ ଧସିବା ପରେ ଏହାର ନିର୍ମାଣ କାର୍ଯ୍ୟର ମାନ ଉପରେ ପ୍ରଶ୍ନ ଉଠିଛି |

ପ୍ରାୟ ୧୫୦୦ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ ୩୨୭-ଇ ପ୍ରଶସ୍ତିକରଣ କାମ ଚାଲିଛି । ଏହା ଅଧିନରେ ଏହି ପୋଲ ନିର୍ମାଣ ହେଉଥିଲା | ଏହାର ନିର୍ମାଣ ‘ଜିଆର୍ ଇନଫ୍ରାଷ୍ଟକଚର’ ନାମକ ଏକ କମ୍ପାନୀ କରୁଥିଲା | ଆରାରିଆ-କିଶାନଗଞ୍ଜ-ସିଲିଗୁଡିକୁ ସଂଯୋଗ କରୁଥିବା ଏହି ପୋଲ ଭୁଶୁଡ଼ିବା ନେଇ ଲୋକେ ଉଦବେଗ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟର ଖାଗଡିଆ-ଆଗୁୱାନି-ସୁଲତାନଜଞ୍ଜ ମଧ୍ୟରେ ଗଙ୍ଗା ନଦୀ ଉପରେ ନିର୍ମାଣଧୀନ ୧୭୦୦ କୋଟିରୁ ଅଧିକ ଟଙ୍କାର ପୋଲ ଭୁଶୁଡ଼ି ପଡ଼ିଥିଲା । ପୋଲର କିଛି ପିଲାର୍ ପ୍ରାୟ ୩-୪ ଫୁଟ ପର୍ଯ୍ୟନ୍ତ ଧସି ଯାଇଥିଲା । ଏହା ପରେ ପୋଲର ୩୦ଟି ସ୍ଲାବ ନଦୀରେ ଭୁଶୁଡ଼ି ପଡ଼ିଥିଲା । ନିମ୍ନମାନର କାର୍ଯ୍ୟ ପାଇଁ ବିହାରର ନୀତିଶ ସରକାର ସମାଲୋଚନାର ପାତ୍ର ହୋଇଥିଲେ ।

Exit mobile version