Site icon ଆଜିକାଲି

ଏଣିକି ଓଟିଟି ଶୋ’ରେ ତମାଖୁ ବିରୋଧରେ ଚେତାବନୀ ବାଧ୍ୟତାମୂଳକ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ସଂଶୋଧିତ ନିୟମାବଳୀ

ନୂଆଦିଲ୍ଲୀ: ବିଶ୍ୱ ତମାଖୁ ବର୍ଜନ ଦିବସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସିଗାରେଟ୍ ଓ ଅନ୍ୟ ତମାଖୁ ଉତ୍ପାଦ ଆଇନ, ୨୦୦୪ ଅନୁଯାୟୀ ସଂଶୋଧିତ ନିୟମାବଳୀ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି । ସଂଶୋଧିତ ନିୟମାବଳୀ ଅନୁଯାୟୀ ସିନେମା ହଲରେ ଚଳଚ୍ଚିତ୍ର ଏବଂ ଟିଭି ଶୋ’ ଭଳି ଓଟିଟି (ଓଭର ଦ ଟପ୍) ଶୋ’ ଗୁଡ଼ିକରେ ମଧ୍ୟ ତମାଖୁ ସେବନ ବିରୋଧରେ ଚେତାବନୀ ଜାରି କରିବା ବାଧ୍ୟତାମୂଳକ କରାଯାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଅନଲାଇନ୍ କଣ୍ଟେଣ୍ଟ୍ ଗୁଡ଼ିକରେ ତମାଖୁ ଦ୍ରବ୍ୟ କିମ୍ବା ଏହାର ବ୍ୟବହାର ଦେଖାଇବାବେଳେ, ପ୍ରସାରଣକାରୀଙ୍କୁ ଶୋ’ ଆରମ୍ଭ ଏବଂ ମଧ୍ୟଭାଗରେ ଅତି କମରେ ୩୦ ସେକେଣ୍ଡ ପର୍ଯ୍ୟନ୍ତ ତମାଖୁ ବିରୋଧରେ ସ୍ୱାସ୍ଥ୍ୟ ଚେତାବନୀ ପ୍ରଦର୍ଶନ କରିବାକୁ ପଡ଼ିବ ।

ଶୋ’ ସମୟରେ ଯେତେବେଳେ ତମାଖୁ ଉତ୍ପାଦ କିମ୍ବା ଏହାର ବ୍ୟବହାର ଦେଖାଯାଏ, ପରଦାର ତଳ ଭାଗରେ ଏକ ବାର୍ତ୍ତା ଭାବରେ ତମାଖୁ ବିରୋଧୀ ସ୍ୱାସ୍ଥ୍ୟ ଚେତାବନୀ ପ୍ରଦର୍ଶନ କରିବା ବାଧ୍ୟତାମୂଳକ ହେବ । ଏହାଛଡ଼ା ତମାଖୁ ସେବନର ଖରାପ ପ୍ରଭାବ ଉପରେ ଅତିକମରେ ୨୦ ସେକେଣ୍ଡର ଏକ ଅଡିଓ-ଭିଜୁଆଲ୍ ଡିସକ୍ଲେମର ଶୋ’ର ଆରମ୍ଭ ଏବଂ ମଧ୍ୟଭାଗରେ ପ୍ରଦର୍ଶିତ କରିବା ବାଧ୍ୟତାମୂଳକ ।

Exit mobile version