Site icon ଆଜିକାଲି

ମହଙ୍ଗା ପଡିଲା ପ୍ଲାଷ୍ଟିକ ସର୍ଜରୀ, ୪୩ ବର୍ଷରେ ଅଭିନେତ୍ରୀଙ୍କ ଦେହାନ୍ତ

ମୁମ୍ଵାଇ : ପ୍ଲାଷ୍ଟିକ୍ ସର୍ଜରୀ କରିବା ଏବେକା ସମୟରେ ସାଧାରଣ କଥା ହୋଇଗଲାଣି ।ବିଶେଷକରି ସେଲିବ୍ରିଟିମାନେ ପ୍ରାୟତଃ ପ୍ଲାଷ୍ଟିକ୍ ସର୍ଜରୀ କରି ନିଜକୁ ସୁନ୍ଦର ଦେଖାଇବାକୁ ଚେଷ୍ଟା କରନ୍ତି ।ଏହା କେତେ ବିପଜ୍ଜନକ ହୋଇପାରେ ଜାଣି, ଲୋକମାନେ ଏହାକୁ ଫ୍ୟାଶନରେ ସାମିଲ କରୁଛନ୍ତି। ଏହି ସମୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ଲାଷ୍ଟିକ୍ ସର୍ଜରୀ ହେତୁ ଅଭିନେତ୍ରୀ ସିଲଭିନା ଲୁନାଙ୍କୁ ଜୀବନ ହରାଇବାକୁ ପଡିଲା।

ଆର୍ଜେଣ୍ଟିନାର ପ୍ରସିଦ୍ଧ ଅଭିନେତ୍ରୀ ତଥା ମଡେଲ ସିଲଭିନା ଲୁନାଙ୍କ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୪୩ ବର୍ଷ ହୋଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେ କିଛି ବର୍ଷ ପୂର୍ବେ ପ୍ଲାଷ୍ଟିକ୍ ସର୍ଜରୀ କରିଥିଲେ, ଏହା ପରେ ହିଁ ଅଭିନେତ୍ରୀଙ୍କର ଅନେକ ସ୍ଵାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା । ବିଶେଷକରି ତାଙ୍କ କିଡନୀରେ ସମସ୍ୟା ଆରମ୍ଭ ହୋଇଥିଲା । ସିଲଭିନାଙ୍କ ମୃତ୍ୟୁକୁ ତାଙ୍କ ଓକିଲ ଫର୍ନାଣ୍ଡୋ ବର୍ଲାଣ୍ଡୋ ନିଶ୍ଚିତ କରିଛନ୍ତି।

ଅଭିନେତ୍ରୀଙ୍କ ମୃତ୍ୟୁରେ ତାଙ୍କ ବନ୍ଧୁ ଓ ଶୁଭେଚ୍ଛମାନେ ଦୁଃଖ ପ୍ରକାଶ କରିଛନ୍ତି। ବୁଏନୋସ୍ ଆଇରେସ୍ ଟାଇମ୍ସ ଅନୁଯାୟୀ, ଏତେ କମ୍ ବୟସରେ ସିଲଭିନାଙ୍କ ମୃତ୍ୟୁ ଆଶ୍ଚର୍ଯ୍ୟଜନକ। ସେ ଦୀର୍ଘ ବର୍ଷ ଧରି ଗୁରୁତର ଭାବେ ଅସୁସ୍ଥ ଥିଲେ ଏବଂ କିଛି ଦିନ ହେବ ବାରମ୍ବାର ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ। କସମେଟିକ୍ ସର୍ଜରି ହେତୁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହୋଇଥିଲା। କିଛି ବର୍ଷ ପୂର୍ବେ କରାଯାଇଥିବା କସମେଟିକ୍ ସର୍ଜରି ସମୟରେ ଅଭିନେତ୍ରୀଙ୍କ ଶରୀରରେ ଏକ ବିଷାକ୍ତ ପଦାର୍ଥ ପ୍ରୟୋଗ କରାଯାଇଥିଲା।

Exit mobile version