Site icon ଆଜିକାଲି

ଆତଙ୍କୀ ଗୁଳିରେ ସେନା କ୍ୟାପ୍ଟେନ ଶହୀଦ

ଜମ୍ମୁ: ଜମ୍ମୁ କାଶ୍ମୀରର ଡୋଡା ଜିଲାର ଅସାର ଅଞ୍ଚଳରେ ବୁଧବାର ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ସେନା ଅଧିକାରୀ ଶହୀଦ ହୋଇଛନ୍ତି। ସ୍ଵାଧୀନତା ଦିବସର ଦିନକ ପୂର୍ବରୁ ଏଭଳି ଦୁଃଖଦ ଘଟଣା ଘଟିଛି। ଶହୀଦ ହୋଇଥିବା ଅଧିକାରୀ ୪୮ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ କ୍ୟାପ୍ଟେନ ବୋଲି ଜଣାପଡ଼ିଛି। ଅଞ୍ଚଳରେ ତଲାସୀ ଅଭିଯାନ ଓ ଗୁଳି ବିନିମୟ ଜାରି ରହିଛି।

Exit mobile version