Site icon
ଆଜିକାଲି

୧୯୪୯ ମସିହା ପରେ ପ୍ରଥମ ଥର ଦିଲ୍ଲୀ ବାହାରେ ହେବ ସେନା ଦିବସ ପରେଡ୍

ନୂଆଦିଲ୍ଲୀ: ଆଜି ସେନା ଦିବସ । ଏହି ଅବସରରେ ସବୁ ବର୍ଷ ଜାତୀୟ ରାଜଧାନୀ ଦିଲ୍ଲୀରେ ପରେଡ୍ ଅନୁଷ୍ଠିତ ହୁଏ । ତେବେ ପ୍ରଥମ ଥର ପାଇଁ ଏଥର ସେନା ଦିବସ ପରେଡ୍ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେବ। ଚଳିତ ଥର ୭୫ତମ ସେନା ଦିବସ ପରେଡ୍ ବେଙ୍ଗାଲୁରୁର ଏମ୍ଇଜି ଆଣ୍ଡ ସେଣ୍ଟର ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ ହେବ। ୧୯୪୯ ମସିହା ପରେ ପ୍ରଥମ ଥର ଦିଲ୍ଲୀ ବାହାରେ ସେନା ଦିବସ ପରେଡ୍ ହେବ।

ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ପରେଡର ସମୀକ୍ଷା କରିବେ ଏବଂ ଗ୍ୟାଲେଣ୍ଟ୍ରି ପୁରସ୍କାର ପ୍ରଦାନ କରିବେ । ଏହା ପରେ ଆର୍ମି ସର୍ଭିସ କର୍ପସ୍ ଟର୍ନାଡୋ ଦ୍ୱାରା ସାହସିକ ମୋଟରସାଇକେଲ କୌଶଳ, ପାରାଟ୍ରୁପରଙ୍କ ଦ୍ୱାରା ସ୍କାଏଡାଇଭିଙ୍ଗ, ଡେୟାରଡେଭିଲ ଜମ୍ପ୍ ଏବଂ ଆର୍ମି ଆଭିଏସନ କର୍ପସର ହେଲିକପ୍ଟର ଦ୍ୱାରା ଫ୍ଲାଏ ପାଷ୍ଟ କରାଯିବ।

ସେନା ଦିବସ ପ୍ରତିବର୍ଷ ୧୫ ଜାନୁଆରୀରେ ପାଳନ କରାଯାଏ। ଏହି ଦିନ ୧୯୪୯ ମସିହାରେ ଜେନେରାଲ (ପରେ ଫିଲ୍ଡ ମାର୍ଶଲ) କେ.ଏମ କାରିଆପ୍ପା ଭାରତୀୟ ସେନାର ଶେଷ ବ୍ରିଟିଶ କମାଣ୍ଡର ଇନ୍ ଚିଫ୍ ଜେନେରାଲ ସାର୍ ଏଫଆର ବୁଚରଙ୍କ ଠାରୁ ଭାରତୀୟ ସେନାର ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ବର୍ଷ ଉତ୍ସବ ପୁଣେରେ ଅବସ୍ଥିତ ସାଉଥ୍ କମାଣ୍ଡର ତତ୍ବାବଧାନରେ ହେବ ।

FacebookTwitterLinkedinWhatsapp
Exit mobile version