Site icon ଆଜିକାଲି

ମଣିପୁର ଅଶାନ୍ତ, ହିଂସା ପ୍ରଭାବିତ ଅଞ୍ଚଳରେ ସେନାର ଫ୍ଲାଗ୍ ମାର୍ଚ୍ଚ, ଇଣ୍ଟରନେଟ୍ ବନ୍ଦ

ଇମ୍ଫାଲ: ଅନୁସୂଚିତ ଜନଜାତି ମାନ୍ୟତା ମାମଲାରେ କୋର୍ଟ ରାୟକୁ ନେଇ କିଛି ଆଦିବାସୀ ଗୋଷ୍ଠୀଙ୍କ ବିରୋଧ ମଧ୍ୟରେ ସେନା ଆଜି ମଣିପୁରର ହିଂସା ପ୍ରଭାବିତ ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଛି । ଗତକାଲି ରାତିରେ ମଣିପୁରର ଆଠଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିଲା । ଅନ୍ୟପକ୍ଷରେ ମଣିପୁର ସରକାର ଆସନ୍ତା ପାଞ୍ଚ ଦିନ ପାଇଁ ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ଉପରେ କଟକଣା ଲଗାଇଛନ୍ତି । ବ୍ୟାପୁଥିବା ହିଂସାକୁ ରୋକିବା ପାଇଁ ସେନା ଏବଂ ଆସାମ ରାଇଫଲ୍ସକୁ ମଧ୍ୟ ମଣିପୁର ପଠାଯାଇଛି ।

ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ଲାଗି ଆଜି ସେନା ଏବଂ ଆସାମ ରାଇଫଲ୍ସ ଫ୍ଲାଗ୍ ମାର୍ଚ କରିଛନ୍ତି। ହିଂସା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪୦୦୦ ଲୋକଙ୍କୁ ସେନା ଶିବିର ଏବଂ ସରକାରୀ କାର୍ଯ୍ୟାଳୟ ପରିସ ଆଶ୍ରୟ ଦିଆଯାଇଛି ।

ଅନୁସୂଚିତ ଜନଜାତି (ଏସଟି) ବର୍ଗରେ ମିଟେଇ ସମ୍ପ୍ରଦାୟକୁ ସାମିଲ ଦାବିକୁ ବିରୋଧ କରି ‘ଅଲ୍ ଟ୍ରାଇବଲ ଷ୍ଟୁଡେଣ୍ଟସ୍ ୟୁନିୟନ ଅଫ୍ ମଣିପୁର (ଏଟିଏମ୍)’ ନାମକ ଏକ ଛାତ୍ର ସଂଗଠନ ତରଫରୁ ଡ଼ାକରା ଦିଆଯାଇଥିବା ‘ଆଦିବାସୀ ଏକତା ମାର୍ଚ୍ଚ’ ବେଳେ ହିଂସା ଘଟିଥିଲା ।

Exit mobile version