Site icon ଆଜିକାଲି

ସେନା ହେଲିକପ୍ଟର ଦୁର୍ଘଟଣା: ନିଖୋଜ ପଞ୍ଚମ ଯବାନଙ୍କ ମୃତଦେହ ମିଳିଲା


ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗ ଜିଲ୍ଲାରେ ସେନା ହେଲିକପ୍ଟର ଦୁର୍ଘଟଣାରେ ନିଖୋଜ ଥିବା ଜଣେ ସେନା କର୍ମଚାରୀଙ୍କ ମୃତଦେହ ଶନିବାର ମିଳିଛି । ଏହି ଘଟଣାରେ ସମସ୍ତ ପାଞ୍ଚ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ସେନା ମୁଖପାତ୍ର କହିଛନ୍ତି ଯେ ଶୁକ୍ରବାର ସକାଳେ ଦୁଇ ପାଇଲଟଙ୍କ ସମେତ ପାଞ୍ଚ ଜଣ କର୍ମଚାରୀ ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲ୍ଏଚ୍) ରେ ନିୟମିତ ଉଡାଣରେ ଯାଉଥିଲେ। ପଶ୍ଚିମ ସିଆଙ୍ଗ ଜିଲ୍ଲାର ମିଗିଙ୍ଗରେ ସକାଳ ପ୍ରାୟ ୧୦:୪୩ ସମୟରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେନା ମୁଖପାତ୍ର ଲେଫ୍ଟ କୋଲ୍ ଏସ୍ ୱାଲିଆ କହିଛନ୍ତି, ସେନା ଏବଂ ବାୟୁସେନା ଦଳ ପଞ୍ଚମ ଯବାନଙ୍କ ମୃତଦେହ ପାଇଛନ୍ତି। ଘଞ୍ଚ ଜଙ୍ଗଲ ଏବଂ ପାର୍ବତ୍ୟାଞ୍ଚଳ ଯୋଗୁଁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନକୁ ପହଞ୍ଚିବା କଷ୍ଟକର ହୋଇଥିଲା | ପଞ୍ଚମ ଯବାନଙ୍କ ମୃତଦେହ ସହ ଘଟଣାସ୍ଥଳରେ ତଲାସି ଓ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଚୀନ୍ ସୀମାଠାରୁ ପ୍ରାୟ ୩୫ କିଲୋମିଟର ଦୂରରେ ଥିବା ଏକ ଘଞ୍ଚ ପାର୍ବତ୍ୟ ଅଞ୍ଚଳ ମଧ୍ୟରେ ଶୁକ୍ରବାର ସନ୍ଧ୍ୟାରେ ଚାରି ଜଣ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ବୋଲି ସେ କହିଛନ୍ତି। ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଏ ବିଷୟରେ ସୂଚନା ସଂଗ୍ରହ କରାଯାଉଛି |

ସେନା ମୁଖପାତ୍ର କହିଛନ୍ତି ଯେ ବିମାନ ଉଡ଼ାଣ ପାଇଁ ପାଗ ଭଲ ଥିଲା । ଉଭୟ ପାଇଲଟ୍ ଏକା ସମାନ ହେଲିକପ୍ଟରରେ ୬୦୦ ଘଣ୍ଟାରୁ ଅଧିକ ଉଡ଼ାଣର ଅଭିଜ୍ଞତା ଥିଲା । ଏହି ବିମାନଟି ଜୁନ୍ ୨୦୧୫ରେ ସେନାରେ ସାମିଲ କରାଯାଇଥିଲା | ସେ କହିଛନ୍ତି ଯେ ଦୁର୍ଘଟଣା ପୂର୍ବରୁ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) କୁ ବ ଟେକ୍ନିକାଲ କିମ୍ବା ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ‘ମେ ଡେ’ କଲ ଆସିଥିଲା । ଏହି ଦୁର୍ଘଟଣାର ସେନା ତଦନ୍ତ ଆରମ୍ଭ କରିଛି। ଚଳିତ ମାସରେ ଅରୁଣାଚଳ ପ୍ରଦେଶରେ ହେଲିକପ୍ଟର ଦୁର୍ଘଟଣାର ଏହା ହେଉଛି ଦ୍ୱିତୀୟ ଘଟଣା। ଏହାପୂର୍ବରୁ ଅକ୍ଟୋବର ୫ ତାରିଖରେ ତାୱାଙ୍ଗ ଜିଲ୍ଲାରେ ଏକ ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ସୂଚନା ଅନୁଯାୟୀ, ୧୯୯୫ ମସିହାରୁ ଅରୁଣାଚଳ ପ୍ରଦେଶରେ ୧୩ଟି ଦୁର୍ଘଟଣା ଘଟିଥିବା ବେଳେ ୪୭ ଜଣଙ୍କର ମୃତ୍ୟୁ ହୋଇଛି ।

Exit mobile version