Site icon ଆଜିକାଲି

ସେନା ଟ୍ରକକୁ ପିଟିଲା ଆଉ ଏକ ଟ୍ରକ: ୨ ବିଏସ୍‌ଏଫ୍‌ ଯବାନ ମୃତ, ୫ ଆହତ

ଜୟପୁର : ରାଜସ୍ଥାନ ବାଡମେର ଜିଲାରେ ଅନ୍ୟ ଏକ ଟ୍ରକ ସହ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଯବାନଙ୍କୁ ନେଇଯାଉଥିବା ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଯବାନ ପ୍ରାଣ ହରାଇବା ସହ ୫ ଜଣ ଯବାନ ଆହତ ହୋଇଛନ୍ତି । ଜିଲାର ଚାଉଳ ପୁଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫ ଆହତଙ୍କ ମଧ୍ୟରୁ ୪ ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।

ମିଳିଥିବା ସୂଚନା ଅନୁସାରେ, ଗତ ଶୁକ୍ରବାର ବାଡମେର-ଚୌହଟନ ରାସ୍ତାରେ ଏକ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଯବାନଙ୍କୁ ନେଇ ଯାଉଥିବା ଟ୍ରକ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଜଣ ବିଏସଏଫ ଯବାନ ଘଟଣାସ୍ଥଳରେ ହି ପ୍ରାଣ ହରାଇଥିଲେ । ଅନ୍ୟ ୫ ଜଣ ଗୁରୁତର ଯବାନଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାରମେର ଜିଲାପାଳ ଓ ସ୍ଥାନୀୟ ଉପଖଣ୍ଡ ଅଧିକାରୀ (ସବ-ଡିଭିଜନାଲ ଅଫିସର) ଘଟଣାସ୍ଥଳରେ ପହଞ୍ଚି ବିଏସଏଫ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସହ ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆହତ ଯବାନଙ୍କୁ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

Exit mobile version