Site icon ଆଜିକାଲି

ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୧୬ ଯବାନ ମୃତ

ନୂଆଦିଲ୍ଲୀ: ଉତ୍ତର ସିକ୍କିମରେ ଶୁକ୍ରବାର ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ୧୬ ଯବାନ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଭାରତୀୟ ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଉତ୍ତର ସିକ୍କିମର ଜେମା ଠାରେ ଏହି ଦୁର୍ଘଟଣା ଘଟିଛି ।

ସେନାର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ଚଟନରୁ ଥାଙ୍ଗୁ ଆଡକୁ ଯାଉଥିବା ବେଳେ ଜେମା ନିକଟ ଘାଟି ରାସ୍ତାରେ ଏକ ବୁଲାଣିରେ ଗାଡ଼ିଟି ଭାରସାମ୍ୟ ହରାଇ ୧୦୦ ଫୁଟ ତଳକୁ ଖସିପଡ଼ିଥିଲା | ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୪ ଜଣ ଆହତ ସୈନିକଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ତିନିଜଣ ଜୁନିଅର କମିଶନଡ୍ ଅଫିସର ଏବଂ ୧୩ ଯବାନ ପ୍ରାଣ ହରାଇଛନ୍ତି ବୋଲି ସେନା କହିଛି । ଏହି ଦୁର୍ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଃଖ ପ୍ରକାଶ କରିଛନ୍ତି । ପ୍ରାଣ ହରାଇଥିବା ସୈନିକଙ୍କ ଶୋକସନ୍ତପ୍ତ ପରିବାରକୁ ସେ ସମବେଦନା ଜଣାଇଛନ୍ତି ।

Exit mobile version