Site icon ଆଜିକାଲି

ଖାଇକୁ ଖସିଲା ସେନା ଗାଡ଼ି : ଜଣେ ମୃତ,୧୩ ଗୁରୁତର

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଖାଇକୁ ଖସିଲା ସେନା ଗାଡ଼ି। ଫଳରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ସୈନିକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ତେବେ ଜମ୍ମୁ-କଶ୍ମୀରର କୁଲଗାମରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ତେବେ ଜଣେ ଅଧିକାରୀଙ୍କ କହିବା ମୁତାବକ, ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି।ଦୁର୍ଘଟଣାଗ୍ରସ୍ତ ହେବା ପରେ ଗାଡିଟି ରାସ୍ତାରେ ଓଲଟିବା ପରେ ଖାଇକୁ ଖସି ପଡିଥିଲା। ତେବେ ଗୁରୁତରଙ୍କ ମଧ୍ୟରେ ୪ ଜଣ ସ୍ଥାନୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ସେନାର ଶ୍ରୀନଗର ସ୍ଥିତ ୧୫ ତମ କୋର୍‌ ଯାହା ଚିନାର କୋର୍‌ ନାମରେ ମଧ୍ୟ ଜଣାଶୁଣା ସେ କହିଛି ଯେ, କୁଲଗାମ ଡିଏଚ୍‌ ପୋରା ଅଞ୍ଚଳରେ ଶନିବାର ରାତିରେ ଏକ ଅପରେସନ୍ ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁଃଖର ବିଷୟ ଯେ ଏହି ଦୁର୍ଘଟଣାରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ କିଛି ସୈନିକ ଆହତ ହୋଇଥିଲେ ଯାହାକୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ସମସ୍ତ ସୈନିକଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଚିନାର କୋର୍‌ କହିଛି।

Exit mobile version