Site icon ଆଜିକାଲି

ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ମାଣ୍ଡଲା ପାହାଡ ଅଞ୍ଚଳରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ହେଲିକପ୍ଟରଟି ଆଜି ସକାଳ ପ୍ରାୟ ୯:୧୫ରେ ବୋମଡିଲା ନିକଟରେ ଅପରେସନ୍ ପାଇଁ ଉଡ଼ାଣ ଭରିଥିଲା । ତେବେ ଏହାର କିଛି ସମୟ ପରେ ଏଟିସି ସହିତ ହେଲିକପ୍ଟରର ସମ୍ପର୍କ ଚ୍ଛିନ୍ନ ହୋଇଥିଲା । ପରେ ବିମଡିଲାର ପଶ୍ଚିମ ମଣ୍ଡଳ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ପାଇଲଟମାନଙ୍କ ସନ୍ଧାନ ପାଇଁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି |

ଅକ୍ଟୋବର ୨୦୨୨ରେ ମଧ୍ୟ ଅରୁଣାଚଳ ପ୍ରଦେଶରେ ତାୱାଙ୍ଗରେ ଏକ ଚିତା ହେଲିକପ୍ଟର କ୍ରାଶ୍ ହୋଇଯାଇଥିଲା । ଏହି ଘଟଣାରେ ଦୁଇ ପାଇଲଟଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିଲା।

Exit mobile version