Site icon ଆଜିକାଲି

ଏକତା କପୁର ଓ ମା’ଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି

ବେଗୁସରାଇ: ୱେବ୍ ସିରିଜ୍ ‘XXX’ (ସିଜନ୍ ୨) ରେ ସୈନିକମାନଙ୍କୁ ଅପମାନିତ କରିବା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ଭାବନାକୁ ଆଘାତ ଦେବା ଅଭିଯୋଗରେ ବିହାରର ବେଗୁସରାଇର ଏକ କୋର୍ଟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ଏବଂ ତାଙ୍କ ମା’ ଶୋଭା କପୁରଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଜଣେ ପୂର୍ବତନ ସୈନିକ ତଥା ବେଗୁସରାଇ ବାସିନ୍ଦା ଶମ୍ଭୁ କୁମାରଙ୍କ ଅଭିଯୋଗ ଆଧାରରେ ଜଷ୍ଟିସ ବିକାଶ କୁମାରଙ୍କ କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି।

ଶମ୍ଭୁ କୁମାର ୨୦୨୦ରେ ଏକତା କପୁର ଏବଂ ତାଙ୍କ ମା’ ବିରୋଧରେ ଏକ ମାମଲା ଦାୟର କରିଥିଲେ । ତାଙ୍କ ଅଭିଯୋଗରେ ଶମ୍ଭୁ କୁମାର କହିଥିଲେ ଯେ ୱେବ୍ ସିରିଜ୍ ‘XXX’ (ସିଜନ -୨) ଜଣେ ସୈନିକଙ୍କ ପତ୍ନୀ ସହ ଜଡିତ ଅନେକ ଆପତ୍ତିଜନକ ଦୃଶ୍ୟ ରହିଛି ।

ଶମ୍ଭୁ କୁମାରଙ୍କ ଓକିଲ ହୃଷୀକେଶ ପାଠକ କହିଛନ୍ତି ଯେ ଏହି ସିରିଜ୍ ଏକତା କପୁରଙ୍କ ମାଲିକାନାରେ ଥିବା ବାଲାଜୀ ଟେଲିଫିଲ୍ସ ଲିମିଟେଡ ଓଟିଟି ପ୍ଲାଟଫର୍ମ ‘ଅଲ୍ଟ ବାଲାଜୀ’ରେ ପ୍ରସାରିତ ହୋଇଥିଲା । ପାଠକ କହିଛନ୍ତି, “କୋର୍ଟ ଏକତା କପୁରଙ୍କୁ ସମନ ଜାରି କରି ଏହି ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେ (କପୁର) କୋର୍ଟଙ୍କୁ ଜଣାଇଥିଲେ ଯେ ଆପତ୍ତି ପରେ ସିରିଜର କିଛି ଦୃଶ୍ୟ ହଟାଇ ଦିଆଯାଇଛି । କିନ୍ତୁ ସେ ଏହା କରିନାହାଁନ୍ତି । ତେଣୁ କୋର୍ଟ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି।

Exit mobile version