Site icon ଆଜିକାଲି

ତୃତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହେଲେ ଆଶିଷ ଚକ୍ରବର୍ତ୍ତୀ

କେନ୍ଦୁଝର, (ବ୍ରଜକିଶୋର ରାୟ) : କେନ୍ଦୁଝର ଜିଲ୍ଲାର ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବା ସହ ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ଏହି ନିର୍ବାଚନରେ ଆଶିଷ ଚକ୍ରବର୍ତ୍ତୀ ନିକଟତମ ପ୍ରତିଦ୍ୱନ୍ଦୀ ପ୍ରଦୀପ୍ତ ମିଶ୍ରଙ୍କୁ ୭୬ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଆଶିଷ ଏହି ସଭାପତି ପଦ ତୃତୀୟ ଥର ପାଇଁ ହାତେଇବାରେ ସଫଳ ହୋଇଛନ୍ତି । ସେହିପରି ବହୁ ପ୍ରତୀକ୍ଷିତ ସମ୍ପାଦକ ପଦ ପାଇଁ ସଞ୍ଜିତ ଦାସ ଓ ଅକ୍ଷୟ ଜେନାଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିବା ବେଳେ ସଞ୍ଜିତ ୨୫ ଖଣ୍ଡ ଭୋଟ ବ୍ୟବଧାନରେ ଅକ୍ଷୟଙ୍କୁ ହରାଇ ପ୍ରଥମଥର ପାଇଁ ସମ୍ପାଦକ ରୂପେ ନିର୍ବାଚିତ ହେବାରେ ସଫଳ ହୋଇଛନ୍ତି । ତିନିଥର ସମ୍ପାଦକ ଥିବା ଆଲୋକ ମହାନ୍ତ ଚଳିତ ବର୍ଷ ଉପସଭାପତି ପଦ ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିବା ବେଳେ ସେ ନିକଟତମ ପ୍ରତିଦ୍ୱନ୍ଦୀ ବିନିତା ଦାସଙ୍କୁ ୧୧୬ ଖଣ୍ଡ ଭୋଟ ବ୍ୟବଧାନରେ ଜିତି ବିଜେତା ହୋଇଛନ୍ତି । ସେହିପରି ସହ ସମ୍ପାଦକ ପଦ ଅପ୍ରତିଦ୍ୱନ୍ଦୀ ଭାବେ ଦୁର୍ଗା ପ୍ରସାଦ ମହାନ୍ତି ଓ ବିଶ୍ୱରଞ୍ଜନ ସାହୁ ଜିତିଛନ୍ତି । ଜିତିବା ପରେ ସମର୍ଥକମାନେ ଖୁସିର ସହ ମିଷ୍ଟାନ୍ନ ବଣ୍ଟନ କରି ଖୁସି ବ୍ୟକ୍ତ କରିଥିଲେ । ତେବେ ଆଜି ସମସ୍ତ କୋର୍ଟ ପରିସରରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୂର୍ବାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବା ପରେ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ସଂନ୍ଧ୍ୟା ୭ଟା ସୁଦ୍ଧା ଓକିଲ ସଂଘ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା।

Exit mobile version