Site icon ଆଜିକାଲି

ଆଜିଠାରୁ ଆରମ୍ଭ ହେବ ଏସିଆ କପ୍-୨୦୧୨

ଦୁବାଇ: ଭାରତ ଏବଂ ପାକିସ୍ତାନ ସହିତ ଏସିଆ ମହାଦେଶର ଶ୍ରେଷ୍ଠ ଦଳମାନଙ୍କୁ ନେଇ ଏସିଆ କପ୍ ଶନିବାର ଠାରୁ ଆରମ୍ଭ ହେଉଛି । ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ଏସୀୟ ଦଳ ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ନିଜ ପ୍ରସ୍ତୁତିକୁ ମଜବୁତ କରିବା ଲକ୍ଷ୍ୟରେ ରହିବେ । ଶନିବାର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାର ମୁକାବିଲା ଆଫଗାନିସ୍ତାନ ସହ ହେବ।

ଆଗାମୀ ଟି-୨୦ ବିଶ୍ୱକପ ଦୃଷ୍ଟିରୁ ଛଅ ବର୍ଷ ପରେ ଏହି ଟୁର୍ଣ୍ଣାମେଣ୍ଟ ପୁଣି ଏହାର ଛୋଟ ଅନ୍ତର୍ଜାତୀୟ ଫର୍ମାଟରେ ଖେଳାଯିବ ଯେଉଁଠାରେ କୌଣସି ଦଳ ଯେକୌଣସି ଦଳକୁ ପରାସ୍ତ କରିପାରିବ | କ୍ୱାଲିଫାୟର ହଂକଂ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ସାତଥର ଚାମ୍ପିୟନ ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ନିଜ ଦିନରେ କାହାକୁ ବି ହରାଇ ପାରିବେ ।

ଆୟୋଜକ ଶ୍ରୀଲଙ୍କାରେ ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ଯୋଗୁଁ ଏହି ଟୁର୍ନାମେଣ୍ଟ ୟୁଏଇକୁ ସ୍ଥାନାନ୍ତର କରିବାକୁ ପଡ଼ିଥିଲା । ୟୁଏଇର ବାତାବରଣ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ୱକପ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । କିନ୍ତୁ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହି ଆଇସିସି ଇଭେଣ୍ଟ ପାଇଁ ସମସ୍ତ ଦଳ ନିଜ ଟିମ୍ ଚୂଡ଼ାନ୍ତ କରିବାକୁ ଚାହିଁବେ।

ଚାପପୂର୍ଣ୍ଣ ପରିସ୍ଥିତିରେ ଭାରତୀୟ ଦଳ ଆକ୍ରମଣାତ୍ମକ ଖେଳ ଜାରି ରଖିବାକୁ ଚାହିଁବ । ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରୁ ରୋହିତ ଶର୍ମାଙ୍କ ଦଳ ଅଭିଯାନ ଆରମ୍ଭ କରିବାକୁ ଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟ ତାଙ୍କ ନେତୃତ୍ବର ଅସଲ ପରୀକ୍ଷା ହେବ । ସର୍ବାଧିକ ୭ଟି ଟାଇଟଲ୍ ଜିତିଥିବା ଡିଫେଣ୍ଡିଂ ଚାମ୍ପିୟନ ଭାରତ ଅଷ୍ଟମ ଟ୍ରଫି ହାତେଇବା ଲକ୍ଷ୍ୟରେ ରହିବ। ଏହି ‘ହାଇ-ପ୍ରୋଫାଇଲ୍’ ମ୍ୟାଚ୍ ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ, ଯିଏ ଦୀର୍ଘ ଦିନ ଧରି ଲୟକୁ ଫେରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଶ୍ରାମରୁ ଫେରୁଥିବା ବିରାଟ କୋହଲିଙ୍କ ବ୍ୟତୀତ ବ୍ୟାଟିଂ କ୍ରମର ଶ୍ରେଷ୍ଠ ତିନି ଅଧିନାୟକ ରୋହିତ ଶର୍ମା ଏବଂ କେ.ଏଲ୍ ରାହୁଲଙ୍କ ଉପରେ ଦଳକୁ ଭଲ ଆରମ୍ଭ ଦେବା ଦାୟିତ୍ବ ରହିବ। ତେବେ ଦଳ ଆହତ ଦ୍ରୁତ ବୋଲର ଯସପ୍ରୀତ ବୁମ୍ରାଙ୍କୁ ମିସ୍ କରିବି ।

ଗତ ୧୨ ମାସ ଧରି ପାକିସ୍ତାନର ପ୍ରଦର୍ଶନ ମଧ୍ୟ କ୍ରମାଗତ ଭାବେ ଉନ୍ନତି କରୁଛି | ୧୦ ବର୍ଷର ଦୀର୍ଘ ବ୍ୟବଧାନ ପରେ ଦଳ ପୁଣି ଥରେ ଚାମ୍ପିଅନ୍ ହେବାକୁ ଚେଷ୍ଟା କରିବ | ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଶାହିନ୍ ଆଫ୍ରିଦିଙ୍କ ଆଘାତ ଯୋଗୁଁ ବୋଲିଂ ଟିକେ ଦୁର୍ବଳ ହୋଇଛି । କିନ୍ତୁ ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ଭଳି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ଏକାକୀ ମ୍ୟାଚ୍ ଜିତାଇବାରେ କ୍ଷମତା ରଖିଛନ୍ତି। ଭେଟେରାନ ଖେଳାଳି ମହମ୍ମଦ ନବୀଙ୍କ ଅଧିନାୟକତ୍ୱରେ ଆଫଗାନିସ୍ତାନ ଦଳ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳକୁ ପରାସ୍ତ କରିବାକୁ ଚେଷ୍ଟା କରିବ। ଦଳ ଗତ ବର୍ଷ ଟି-୨୦ ବିଶ୍ୱକପରେ ବଡ ଦଳକୁ କଡ଼ା ପ୍ରତିଯୋଗିତା ଦେଇଥିଲା କିନ୍ତୁ ଜିତି ପାରି ନଥିଲା। ସବୁଥର ପରି ବଲ୍ ସହିତ ରସିଦ ଖାନ ଆଫଗାନିସ୍ତାନର ଟ୍ରମ୍ପ କାର୍ଡ ହେବେ। ଦଳ ବ୍ୟାଟ୍ସମ୍ୟାନଙ୍କ ଠାରୁ ବଡ଼ ଇନିଂସ ଆଶା କରିବ।
ନୂଆ ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡଙ୍କ ତତ୍ତ୍ଵାବଧାନରେ ଶ୍ରୀଲଙ୍କା ଦଳ ଅନେକ ଉନ୍ନତି କରିଛି। ଦଳରେ ପ୍ରତିଭାର ଅଭାବ ନାହିଁ | ଖେଳାଳିମାନେ ଏହି ଟୁର୍ନାମେଣ୍ଟ ଅପେକ୍ଷା ରାତାରାତି ତାରକା ହେବା ଏବଂ ଦେଶରେ ବିବାଦୀୟ ପରିସ୍ଥିତି ମଧ୍ୟରେ ଲୋକଙ୍କ ମୁହଁରେ ହସ ଆଣିବା ପାଇଁ ଏହାଠାରୁ ଭଲ ସୁଯୋଗ ପାଇବେ ନାହିଁ |

ବିଶ୍ୱକପ ପରଠାରୁ ବାଂଲାଦେଶ ଦଳ ଟି-୨୦ ଫର୍ମାଟରେ ୦ସଂଘର୍ଷ କରିଛି। ପୁନର୍ବାର ନିଯୁକ୍ତ ଅଧିନାୟକ ସକିବ ଅଲ ହାସନଙ୍କ ଅଧୀନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ବିଶ୍ୱକପ ପୂର୍ବରୁ ବାଂଲାଦେଶ ପୂର୍ବତନ ଭାରତୀୟ ଖେଳାଳି ଶ୍ରୀଧରନ୍ ଶ୍ରୀରାମଙ୍କୁ ନିଜର ବୈଷୟିକ ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛି ଯିଏ ଟି-୨୦ ଫର୍ମାଟରେ ଥିବା ତ୍ରୁଟିର ସମାଧାନ କରିବାକୁ ଚେଷ୍ଟା କରି୦ବ। ହଂକଂ ଦଳ ଭାରତ ଏବଂ ପାକିସ୍ଥାନ ଗ୍ରୁପରେ ଅଛି। ଉପମହାଦେଶର ଉଭୟ ପ୍ରମୁଖ ଦଳ ହଂକଂ ପ୍ରତି ସତର୍କ ରହିବାକୁ ପଡିବ। ଦଳ ଚତୁର୍ଥ ଥର ପାଇଁ ଓମାନରେ ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସକୁ ପରାସ୍ତ କରି ଏସିଆ କପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଲୋକେଶ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୁ, ଭୁବନେଶ୍ୱର ସିଂ, ଅଶ୍ୱଦୀପ ସିଂ। ଷ୍ଟାଣ୍ଡବାଇ: ଶ୍ରେୟସ୍ ଆୟର, ଅକ୍ଷର ପଟେଲ, ଦୀପକ ଚହର |

Exit mobile version