Site icon ଆଜିକାଲି

କାଲି ପୁଣି ଖେଳାଯିବ ଭାରତ-ପାକ୍ ମ୍ୟାଚ, ରିଜର୍ଭ ଡେରେ ମୁହାଁମୁହିଁ ହେବେ ଦୁଇପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ

ନୂଆଦିଲ୍ଲୀ : କାଲି ଖେଳାଯିବ ଭାରତ- ପାକ୍ ମ୍ୟାଚ। ରିଜର୍ଭ ଡେରେ ମୁହାଁ ମୁହିଁ ହେବେ ଦୁଇପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। ସୋମବାର ଦିନ ୩ଟାରେ ଆଜି ବନ୍ଦ ରହିଥିବା ମ୍ୟାଚରୁ ଖେଳାଯିବ। ଆଜି ୨୪ ଓଭର ଗୋଟିଏ ବଲ ଖେଳାଯାଇଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା। ପିଚ୍ କୁ ଶୁଖାଯାଇ ନିରୀକ୍ଷଣ ପରେ ପୁଣି ଥରେ ବର୍ଷା ହେବାରୁ ଆଜି ପାଇଁ ମ୍ୟାଚକୁ ବନ୍ଦ ରଖାଯାଇଛି। କାଲି ପୁଣି ୨୫ ତମ ଓଭରରୁ ଖେଳାଯିବ ମ୍ୟାଚ।

ଆଜି ଟସ ଜିତି ପ୍ରଥମେ ବୋଲିଂ କରିଥିଲା ପାକ ଟିମ । ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଟିମର ଆରମ୍ଭରୁ ଧୂଆଁଧାର ଇନିଂସ ଖେଳିଥିଲେ। ରୋହିତ-ଗିଲଙ୍କ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ କରି ପାକିସ୍ତାନ ବୋଲରଙ୍କୁ ପ୍ରହାର କରିଥିଲେ। ଉଭୟ ଅର୍ଦ୍ଧଶତକୀୟ ଇନିଂସ ଖେଳି ଆଉଟ ହୋଇଥିଲେ । ରୋହିତ ୪ଟି ଛକା ଓ ୬ଟି ଚୌକା ସହ ୫୬ ରନ କରିଥିବା ବେଳେ ଶୁଭମନ ଗିଲ ୧୦ଟି ଚୌକା ସହ ୫୮ ରନ କରି ଆଉଟ ହୋଇଥିଲେ । ପାକିସ୍ତାନ ବିପକ୍ଷରେ ୫୦ତମ ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ । ପରେ ବିରାଟ ଏବଂ କେ.ଏଲ ରାହୁଲ ପାଳି ସମ୍ଭାଳୁଛନ୍ତି । ବର୍ଷା ଯୋଗୁ ମ୍ୟାଚ ଅଧାରୁ ଅଟକିଛି । ବିରାଟ ୮ ରନ ଏବଂ କେ.ଏଲ ରାହୁଲ ୧୭ ରନ କରି ଅପରାଜିତ ଅଛନ୍ତି । ବର୍ଷା ଯୋଗୁ ମ୍ୟାଚ ଅଧାରୁ ଅଟକିଥିଲା। ଏହା ପୂର୍ବରୁ ସେପ୍ଟେମ୍ବର ୨ରେ ଗ୍ରୁପ ପର୍ଯ୍ୟାୟରେ ବର୍ଷା ଯୋଗୁଁ ଭାରତ-ପାକ୍ ମ୍ୟାଚ୍ ବାତିଲ ହେବାରୁ କ୍ରୀଡ଼ା ପ୍ରେମୀ ନିରାଶ ହୋଇଥିଲେ ।

FacebookTwitterLinkedinWhatsapp
Exit mobile version