Site icon ଆଜିକାଲି

ଏସୀୟ କ୍ରୀଡ଼ା : ଭାରତୀୟ ମହିଳା ତୀରନ୍ଦାଜୀ ଦଳକୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ: ଚଳିତ ଏସୀୟ କ୍ରୀଡ଼ାରେ ଗୁରୁବାର ମହିଳା ତୀରନ୍ଦାଜୀ ଟିମ୍ ଭାରତକୁ ଦେଇଛନ୍ତି ୧୯ତମ ସ୍ୱର୍ଣ୍ଣ ପଦକ | ଜ୍ୟୋତି ସୁରେଖା ଭେନ୍ନାମ, ଅଦିତି ସ୍ବାମୀ ଏବଂ ପରନୀତ କୌର ଫାଇନାଲରେ ଚାଇନିଜ୍ ତାଇପେଇ ଦଳକୁ ୨୩୦-୨୨୮ରେ ହରାଇ‌ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହା ଚଳିତ ଏସୀୟ କ୍ରୀଡ଼ାରେ ଭାରତର ୮୨ତମ ପଦକ | ଭାରତୀୟ ମହିଳା କମ୍ପାଉଣ୍ଡ ଟିମ୍ ସେମିଫାଇନାଲରେ ଇଣ୍ଡୋନେସିଆକୁ ୨୩୩-୨୧୯ରେ ପରାସ୍ତ କରିଥିବାବେଳେ କ୍ୱାର୍ଟର ଫାଇନାଲରେ ହଂକଂକୁ ୨୩୧-୨୨୦ରେ ହରାଇଥିଲେ ।

ଭାରତ ହାଙ୍ଗଝୋ ଏସୀୟ କ୍ରୀଡ଼ାରେ ବର୍ତ୍ତମାନ ସୁଦ୍ଧା ୧୯ଟି ସ୍ୱର୍ଣ୍ଣ, ୩୧ ରୌପ୍ୟ ଏବଂ ୩୨ଟି ବ୍ରୋଞ୍ଜ ପଦକ ଜିତିଛି | ଏସୀୟ କ୍ରୀଡ଼ା ଇତିହାସରେ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ।

Exit mobile version