Site icon ଆଜିକାଲି

ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯିବା ପରେ ଆସାମ ମୁଖ୍ୟମନ୍ତ୍ରୀ ବଦଳାଇଲେ ଟ୍ବିଟର ବାୟୋ, ‘ଇଣ୍ଡିଆ’ ଶବ୍ଦ ହଟାଇ ‘ଭାରତ’ ଲେଖିଲେ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନିଜ ଟ୍ୱିଟର ବାୟୋରେ ‘ଇଣ୍ଡିଆ’ ହଟାଇ ‘ଭାରତ’ ଲେଖିଛନ୍ତି । ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯିବା ପରେ ସେ ତାଙ୍କ ଟ୍ବିଟର ବାୟୋରେ ଏପରି ପରିବର୍ତ୍ତନ କରିଛନ୍ତି ।

ବିରୋଧୀ ମେଣ୍ଟ ନାଁ ‘ଇଣ୍ଡିଆ’ ରଖାଯିବା ପରେ ସର୍ମା ଏକ ଟୁଇଟ୍‌ କରିଥିଲେ । ସେ କହିଥିଲେ, ବ୍ରିଟିଶମାନେ ଆମ ଦେଶର ନାମ ‘ଇଣ୍ଡିଆ’ ରଖିଥିଲେ। ଆମେ ନିଜକୁ ଏପରି ଉପନିବେଶିକ ପରିଚୟରୁ ମୁକ୍ତ କରିବା ଉଚିତ୍ | ଆମର ପୂର୍ବପୁରୁଷ ‘ଭାରତ’ ପାଇଁ ଲଢିଥିଲେ ଏବଂ ଆମେ ମଧ୍ୟ ‘ଭାରତ’ ପାଇଁ କାମ ଜାରି ରଖିବୁ।”

‘ଇଣ୍ଡିଆ’ ନାଁକୁ ବିରୋଧ ପରେ ହିମନ୍ତ ବିଶ୍ୱ ସର୍ମାଙ୍କୁ ଲୋକେ ଟ୍ରୋଲ୍ କରିଥିଲେ ‌ । ସେମାନେ ତାଙ୍କ ଟ୍ବିଟର ବାୟୋର ସ୍କ୍ରିନସଟ୍ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ଲେଖା‌ ହୋଇଥିଲା – ‘ଚିଫ୍ ମିନିଷ୍ଟର୍ ଅଫ୍ ଆସାମ, ଇଣ୍ଡିଆ’।

ଏବେ ସର୍ମା ନିଜ ଟ୍ବିଟର ବାୟୋରେ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ତାଙ୍କ ବାୟୋରେ ‘ଚିଫ୍ ମିନିଷ୍ଟର୍ ଅଫ୍ ଆସାମ, ଇଣ୍ଡିଆ’ ଲେଖାଯାଇଥିଲା। ଏବେ ସର୍ମା ଏହାକୁ ପରିବର୍ତ୍ତନ କରି ‘ଚିଫ୍ ମିନିଷ୍ଟର୍ ଅଫ୍ ଆସାମ, ଭରତ’ ବୋଲି ଲେଖିଛନ୍ତି ।

ଟ୍ବିଟର ବାୟୋରେ ପରିବର୍ତ୍ତନ ନେଇ ହିମନ୍ତ ବିଶ୍ବା ସର୍ମାଙ୍କୁ କଂଗ୍ରେସ କଟାକ୍ଷ କରିଛି । ମେକ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆର ଆଦି ଯୋଜନାର ନାମ ବି ବଦଳିବ‌ କି ବୋଲି ସର୍ମାଙ୍କୁ ପ୍ରଶ୍ନ କରିଛି କଂଗ୍ରେସ ।‌

ବେଙ୍ଗାଲୁରୁରେ ଅନୁଷ୍ଠିତ ଦୁଇ ଦିନିଆ ବୈଠକରେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ୨୬ ବିରୋଧୀ ଦଳ ନିଜ ମେଣ୍ଟର ନାମ ‘ଇଣ୍ଡିଆ’ ରଖିଥିଲେ ଯାହାର ଅର୍ଥ ହେଉଛି ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁଜିଭ୍ ଆଲାଏନ୍ସ’ ।

Exit mobile version