Site icon ଆଜିକାଲି

ବିବାହ ପରେ ପ୍ରଥମ ଥର ଆଉଟିଂରେ ବାହାରିଲେ ଆଥିଆ

ମୁମ୍ଵାଇ : ବିବାହ ପରେ ଆଉଟିଂରେ ବାହାରିଲେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଓ କ୍ରିକେଟର କେ.ଏଲ୍ ମୁରାହୁଲ । ନିକଟରେ ଉଭୟ ବିବାହ କରିଥିଲେ। ସୋସିଆଲ ମିଡିଆରେ ଦମ୍ପତିଙ୍କ ବିବାହ ଫଟୋ ଖୁବ୍‌ ଭାଇରାଲ ହୋଇଥିଲା। ବର୍ତ୍ତମାନ ଆଥିଆ ବିବାହ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ସାମ୍ନାରେ ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିବାହର କିଛି ଦିନ ପରେ ଆଥିଆ ଶନିବାର ପ୍ରଥମ ଥର ସେଲୁନ୍‌ରେ ଦେଖିବାକୁ ମିଳିଥିଲେ। ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ ଆଥିଆ ସେଲୁନରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି । କ୍ଲିପ୍‌ରେ ଫଟୋଗ୍ରାଫରମାନେ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ କିନ୍ତୁ ସେ ତାଙ୍କ କାର ଆଡକୁ ଚାଲିଯାଇଥିଲେ। ତା’ପରେ ଫଟୋଗ୍ରାଫରମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ମାତ୍ରେ ଆଥିଆ ‘ଧନ୍ୟବାଦ’ କହିବା ସହ କାର ଭିତରକୁ ପଲାଇଥିଲେ।

Exit mobile version