Site icon ଆଜିକାଲି

ଖାଟୁ ଶ୍ୟାମ ମନ୍ଦିରରେ ଦଳାଚକଟା : ତିନି ମୃତ, ଅନେକ ଆହତ

ସିକର: ଶ୍ରାବଣର ଶେଷ ସୋମବାରରେ ରାଜସ୍ଥାନର ଖାଟୁ ଶ୍ୟାମ ମନ୍ଦିରରେ ଘଟିଛି ଅଘଟଣ । ଦଳାଚକଟା ଯୋଗୁଁ ତିନିଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦୁଃଖଦ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରାବଣ ଶେଷ ସୋମବାର ଅବସରରେ ରାଜସ୍ଥାନ ସିକରସ୍ଥିତ ଖାଟୁ ଶ୍ୟାମ ମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା । ମନ୍ଦିର ପ୍ରବେଶ ଦ୍ୱାର ଖୋଲାଯିବା କ୍ଷଣି ଭିତରକୁ ଯିବା ପାଇଁ ଦୌଡ଼ିଥିଲେ ଭକ୍ତ । ଏହି ସମୟରେ ଅନେକ ମହିଳା ଓ ପୁରୁଷ ଭକ୍ତ ତଳେ ପଡ଼ିଯାଇଥିଲେ । ପରେ ସେଠାରେ ମୁତୟନ ପୋଲିସ ସହାୟତାରେ ମନ୍ଦିର ପ୍ରଶାସନ ଭିଡ଼ ନିୟନ୍ତ୍ରଣ କରିଥିଲା । ଆହତମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ଆହତ ତିନି ମହିଳାଙ୍କ ମୃତ୍ୟୁ ହୋଇଥିଲା ।

Exit mobile version