Site icon ଆଜିକାଲି

ଦକ୍ଷିଣ ଆଫ୍ରିକାକୁ ୩ ଓ୍ଵିକେଟରେ ହରାଇଲା ଅଷ୍ଟ୍ରେଲିଆ, ଫାଇନାଲରେ ଭାରତ ସହ ଅଷ୍ଟ୍ରେଲିଆର ମୁକାବିଲା

ନୂଆଦିଲ୍ଲୀ : ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ | ଫଳରେ ଅଷ୍ଟ୍ରେଲିଆ ଫାଇନାଲରେ ଟିମ୍ ଇଣ୍ଡିଆ ସହିତ ମୁହାଁମୁହିଁ ହେବ। ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ଆଶାନୁରୂପ ରନ କରି ପାରିନଥିଲା ।

ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ୨୧୨ ରନ୍ ସଂଗ୍ରହ କରି ଅଷ୍ଟ୍ରେଲିଆକୁ ୨୧୩ ରନ ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ଅଷ୍ଟ୍ରେଲିଆ ୪୭.୨ ଓଭରରେ ୭ ୱିକେଟ୍ ହରାଇ ୨୧୩ ରନ୍ ଲକ୍ଷ୍ୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି ।

ଦକ୍ଷିଣ ଆଫ୍ରିକାର ଶ୍ରେଷ୍ଠ ଚାରିଜଣ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡି କକ୍ (୦୩), ଟେମ୍ବା ବାଭୁମା (୦), ରାସି ଭାନ୍ ଡେର୍ ଡୁସେନ୍ (୦୬) ଏବଂ ଆଡେନ ମାର୍କ୍ରାମ (୧୦) ୧୨ ଓଭରରେ ୨୪ ରନ୍ ସ୍କୋର ଛାଡିଥିଲେ। ତା’ପରେ ବର୍ଷା େ ଯାଗୁ ୪୦ ମିନିଟର ବିରତି ହୋଇଥିଲା ଯେତେବେଳେ ଦକ୍ଷିଣ ଆଫ୍ରିକା ୧୪ ଓଭରରେ ଚାରି ୱିକେଟ୍ ହରାଇ ମାତ୍ର ୪୪ ରନ୍ ସଂଗ୍ରହ କରିଥିଲା।

କିନ୍ତୁ ଏହା ପରେ ଡେଭିଡ ମିଲର ୧୧୬ ବଲରେ ଆଠ ଚାରି ଏବଂ ପାଞ୍ଚ ଛକା ସହ ଶତକ କରିଥିଲେ। ଅଷ୍ଟ୍ରେଲିଆ ଶେଷ ୨୦ ରନ ପାଇଁ ପ୍ରାୟ ୯୦ ବଲର ସାମନା କରିବାକୁ ବାଧ୍ୟ ହୋଇଥିଲେ । ବହୁ ସଂଘର୍ଷ ପରେ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚରେ ବିଜୟ ସ୍ୱାଦ ଚାଖିଥିଲା ।

Exit mobile version