Site icon ଆଜିକାଲି

ଅଷ୍ଟ୍ରେଲିଆ ବିପକ୍ଷରେ ଲଢେଇ କରି ୫ ରନରେ ହାରିଲା ନ୍ୟୁଜିଲାଣ୍ଡ

ଧର୍ମଶାଳା : ଧର୍ମଶାଳାଠାରେ ଶନିବାର ଖେଳାଯାଇଥିବା ଆଇସିସି ବିଶ୍ବକପର ଏକ ରୋମାଞ୍ଚକର ମ୍ୟାଚରେ ନିଜର ଚିରାଚରିତ ପ୍ରତିଦ୍ବନ୍ଦ୍ବୀ ନ୍ୟୁଜିଲାଣ୍ଡକୁ ୫ ରନରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ତେବେ ଶେଷ ପର୍ଯ୍ୟନ୍ତ ଲଢେଇ କରି ନ୍ୟୁଜିଲାଣ୍ଡ ସମସ୍ତଙ୍କ ହୃଦୟ ଜିତିବାରେ ସକ୍ଷମ ହୋଇଛି । ଅଷ୍ଟ୍ରେଲିଆର ୩୮୯ ରନର ବିଶାଳ ଲକ୍ଷ୍ୟର ଚାପରେ ଦବି ନଯାଇ ନ୍ୟୁଜିଲାଣ୍ଡ ଲଢେଇ କରିବା ସହ ନିର୍ଦ୍ଧାରିତ ୫୦ ଓଭରରେ ୩୮୩ ରନରେ ସୀମିତ ରହିଯାଇଛି ।

ନ୍ୟୁଜିଲାଣ୍ଡର ଏହି ଲଢେଇରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଭାରତୀୟ ବଂଶୋଦ୍ଭବ ରାଚିନ ରବୀନ୍ଦ୍ର । ସେ ୧୧୬ରନ କରିଥିଲେ । ସେହିପରି ଜେମ୍ସ ନିସାମ ଶେଷ ବେଳକୁ ୫୮ ରନ କରି ବିଜୟ ପାଇଁ ଆଶାର ସଂଚାର କରିଥିଲେ । ଡାରିଲ୍ ମିଚେଲ ୫୪ ରନ କରିଥିଲେ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । କିନ୍ତୁ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲାଣ୍ଡ ବୋଲରମାନଙ୍କ ନିର୍ମମ ପ୍ରହାର କରି ୩୮୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ ହେଡ୍ ଶତକ (୧୦୯ରନ) କରିଥିବାବେଳେ ଡେଭିଡ୍ ଓ୍ବାର୍ଣ୍ଣର ୮୧ ରନ କରିଥିଲେ । ସେହିପରି ଗ୍ଲେନ ମାକ୍ସଓ୍ବେଲ ୪୧ ରନ, ଜୋସ ଇଙ୍ଗଲିସ୍ ୩୮ରନ ଓ ପ୍ୟାଟ କମିନ୍ସ ୩୭ ରନ କରିଥିଲେ ।

Exit mobile version