Site icon ଆଜିକାଲି

ତୃତୀୟ ଅଭ୍ୟାସ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଅଷ୍ଟ୍ରେଲିଆ

ମେଲବୋର୍ଣ୍ଣ : ଟି-୨୦ ବିଶ୍ୱକପ ସୁପର -୧୨ ରାଉଣ୍ଡ ପୂର୍ବରୁ ସୁପର -୧୨ ରେ ପହଞ୍ଚିଥିବା ଦଳମାନଙ୍କୁ ନିଜ ନିଜ ମଧ୍ୟରେ ଅଭ୍ୟାସ ମ୍ୟାଚ ଖେଳିବାକୁ ପଡିବ। ଏହି ପରିପ୍ରେକ୍ଷୀରେ ସୋମବାର ତୃତୀୟ ଅଭ୍ୟାସ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆ ସହିତ ବ୍ରିସବେନର ଦ ଗାବା ଷ୍ଟାଡିୟମରେ ମୁହାଁମୁହିଁ ହୋଇଛି। ଅଷ୍ଟ୍ରେଲୀୟ ଅଧିନାୟକ ଆରୋନ ଫିଞ୍ଚ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ଆଜିର ମ୍ୟାଚରେ ଡେଭିଡ ୱାର୍ନର, ମାଥ୍ୟୁ ୱେଡ, ଜୋଶ ହାଜଲେଉଡ ଏବଂ ଆଡାମ ଜାମ୍ପା ଖେଳୁ ନାହାଁନ୍ତି।

ସୂଚନା ଯେ, ଟି-୨୦ ବିଶ୍ୱ କପ୍ ପୂର୍ବରୁ ଖେଳା ଯାଇଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଭାରତ ଜିତିଥିବା ବେଳେ ଦ୍ଵିତୀୟ ଅଭ୍ୟାସ ମ୍ୟାଚ୍‌ରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା ।

FacebookTwitterLinkedinWhatsapp
Exit mobile version