Site icon ଆଜିକାଲି

କରୋନାରେ ଆକ୍ରାନ୍ତ ହେଲେ ଅଷ୍ଟ୍ରେଲିଆ ଖେଳାଳି ଆଡାମ ଜାମ୍ପା


ମେଲବର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ପଶିଲା ମହାମାରୀ କରୋନା। କରୋନାରେ ଆକ୍ରାନ୍ତ ହେଲେ ଆୟୋଜକ ଅଷ୍ଟ୍ରେଲିଆ ଦଳର ଲେଗ ସ୍ପିନର ଆଡାମ ଜାମ୍ପା । ତାଙ୍କ ଟେଷ୍ଟ ରିପୋର୍ଟ ଠିକ୍‌ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସାମ୍ନାକୁ ଆସିଥିଲା। ହେଲେ ତାଙ୍କ ଟେଷ୍ଟ ରିପୋର୍ଟର ପ୍ରଭାବ ମ୍ୟାଚ୍‌ ଉପରେ ପଡ଼ିନାହିଁ। ଅଷ୍ଟ୍ରେଲିଆ ସ୍ୱାଭାବିକ ଭାବେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଖେଳିବାକୁ ପର୍ଥ ମୈଦାନକୁ ଓହ୍ଲାଇଛି। ତେବେ ରିପୋର୍ଟ ପଜିଟିଭ ଆସିବାରୁ ଜାମ୍ପା ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଅଷ୍ଟନ ଆଗରଙ୍କୁ ସୁଯୋଗ ମିଳିଛି।

ସୂଚନା ଯେ, ମଙ୍ଗଳବାର ସକାଳେ ହିଁ ଜାମ୍ପାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ହେଲେ ତାଙ୍କ ଶରୀରରେ ଖୁବ କମ କରୋନା ଲକ୍ଷଣ ସବୁ ଦେଖାଯାଇଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ଆଇସିସିର ନିୟମ ଅନୁଯାୟୀ, କରୋନାରେ ଆକ୍ରାନ୍ତ ହୋଇଥିବା ଖେଳାଳିଙ୍କୁ ମ୍ୟାଚ୍ ଖେଳିବା ପାଇଁ କୌଣସି ବାରଣ ନାହିଁ।

Exit mobile version