Site icon ଆଜିକାଲି

ହେଟ୍ ସ୍ପିଚ୍ ମାମଲାରେ ଆଜମ ଖାନଙ୍କୁ ତିନି ବର୍ଷ ଜେଲ୍, ଯାଇପାରେ ବିଧାୟକ ପଦ


ଲକ୍ଷ୍ନୌ: ସମାଜବାଦୀ ପାର୍ଟି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କୁ ବଡ଼ ଝଟକା ଲାଗିଛି। ଏକ ହେଟ୍ ସ୍ପିଚ୍ ମାମଲାରେ ତାଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହାଛଡ଼ା ତାଙ୍କୁ ୨୫,୦୦୦ ଜରିମାନା ମଧ୍ୟ ହୋଇଛି । ଆଜାମଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇବା ସହ କୋର୍ଟ ତାଙ୍କୁ ଜାମିନ ମଧ୍ୟ ପ୍ରଦାନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ନିର୍ବାଚନ ସମୟରେ ଆଜାମ ଖାନ ତହସିଲ ମିଲାକରେ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ ।

୭ ଏପ୍ରିଲ ୨୦୧୯ରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମିଳିତ ପ୍ରାର୍ଥୀ ମହମ୍ମଦ ଆଜମ ଖାନ ତାଙ୍କ ନିର୍ବାଚନ ସଭାରେ ରାମପୁରରେ ନିଯୁକ୍ତ ଅନେକ ପ୍ରଶାସନିକ ଅଧିକାରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ବିରୋଧରେ ବହୁ ଗୁରୁତର ଅଭିଯୋଗ ଆଣିଥିଲେ । ପ୍ରଧାନମନ୍ତ୍ରୀ ଓ ଯୋଗୀଙ୍କ ପ୍ରତି ସେ ଆପତ୍ତିଜନକ ଭାଷା ବି ବ୍ୟବହାର କରିଥିଲେ । ତାଙ୍କର ଏହି ଉତ୍ତେଜନାପୂର୍ଣ୍ଣ ଭାଷଣ ମାମଲାରେ ନିର୍ବାଚନ ଆୟୋଗ ନିଜଆଡୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ନିର୍ବାଚନ ଆୟୋଗର ଭିଡିଓ ଟିମ୍ ମଧ୍ୟ ଆଜମ ଖାନଙଏକ ମାମଲା ରୁଜୁ କରିଥିଲା।

ତିନି ବର୍ଷ ଜେଲ ଦଣ୍ଡାଦେଶ ପରେ ଆଜାମ ଖାନଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବା ସମ୍ଭାବନା ରହିଛି । କୌଣସି ମାମଲାରେ ଦୋଷୀଙ୍କୁ ୨ ବର୍ଷ କିମ୍ବା ଏହାଠାରୁ ଅଧିକ ଜେଲ ଦଣ୍ଡ ହୁଏ ତେବେ ସେ ନିଜ ବିଧାୟକ ବା ଏମପି ପଦ ହରାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହି ନିୟମ ଅନୁଯାୟୀ, ଆଜମ ଖାନ୍‌ଙ୍କୁ ୩ ବର୍ଷ ଜେଲ ହୋଇଥିବାରୁ ସେ ବିଧାନସଭା ପଦ ହରାଇ ପାରନ୍ତି। ଏହାଛଡ଼ା ତାଙ୍କ ବିରୋଧରେ ଆହୁରି ଅନେକ ଗମ୍ଭୀର ମାମଲା ବିଚାରାଧୀନ ରହିଛି ।

Exit mobile version