Site icon ଆଜିକାଲି

ଭୋଟର୍‌ ତାଲିକାରୁ କଟିଲା ଆଜମ ଖାନ୍‌ଙ୍କ ନାମ

ଲକ୍ଷ୍ନୌ : ସମାଜପାର୍ଟି ନେତା ଆଜମ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଘୃଣା ଭାଷଣ ପ୍ରସଙ୍ଗରେ ତାଙ୍କୁ ରାମପୁରର ଏମପି-ଏମଏଲଏ କୋର୍ଟ ୩ ବର୍ଷର ଦଣ୍ଡାଦେଶ ‌କରିଛନ୍ତି। ଏଥିସହିତ ୨୦୦୦ ଟଙ୍କାର ଜରିମାନା ବସାଯାଇଛି। ଏହାପରେ ତାଙ୍କର ବିଧାୟକ ପଦ ରଦ୍ଦ ହୋଇଛି।

ଆଜମ ଖାନଙ୍କ ବିଧାୟକ ପଦ ଯିବା ପରେ ଆସନ୍ତାମାସ ୫ ତାରିଖରେ ରାମପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ତେବେ ଉପନିର୍ବାଚନରେ ଆଜମ ଖାନ ଭୋଟ ଦେଇପାରିବେ ନାହିଁ। ତାଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା ପାଇଁ ରାମପୁର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଆକାଶ ସକସେନାଙ୍କ ଆବଦେନ ଉପରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଏଭଳି ପଦକ୍ଷେପ ନେଇଛନ୍ତି।

Exit mobile version