Site icon ଆଜିକାଲି

ବାଚସ୍ପତି ରେସ୍: ଚର୍ଚ୍ଚାରେ ୪ ଚେହେରା, ଆଜି ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ : ବାଚସ୍ପତି ରେସ୍ । କିଏ ହେବେ ବାଚସ୍ପତି, କାହାକୁ ମିଳିବ ଗୁରୁତ୍ଵପୂର୍ଣ୍ଣ ବାଚସ୍ପତି ପଦ। ସମୟ ଯେତେ ବଢୁଛି କଳ୍ପନା ଜଳ୍ପନା ସେତେ ବଢିବାରେ ଲାଗିଛି। ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏ ନେଇ ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାଁ। ସୋମବାର ମଧ୍ୟରାତ୍ରି ଯାଏଁ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ୍ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ବାଚସ୍ପତି ନିର୍ବାଚନକୁ ନେଇ ଆଲୋଚନା କରିଥିଲେ। ତେବେ ଏସବୁ ଚର୍ଚ୍ଚା ଭିତରେ ରହିଛି ୪ ବରିଷ୍ଠ ସାଂସଦଙ୍କ ନାଁ। ଗତ ଥରର ବାଚସ୍ପତି ଓମ୍ ବିର୍ଲା, ବର୍ତ୍ତମାନର କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୁହରି ମହତାବ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂ ଏବଂ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି.ପୁରେନ୍ଦେଶ୍ଵରୀ । ଏମାନଙ୍କ ମଧ୍ୟରୁ କାହାକୁ ବାଚସ୍ପତି କରାଯିବ, ନା ନୂଆ ନାଁ ସାମ୍ନାକୁ ଆସିବ । ଆଜି ପ୍ରାର୍ଥୀ ଘୋଷଣା । ତା ଉପରେ ସମସ୍ତଙ୍କ ନଜର ରହିଛି।

Exit mobile version