Site icon ଆଜିକାଲି

ବେହାଲ ଦିଲ୍ଲୀ ସ୍ଥିତି, ଲାଲକିଲ୍ଲାରେ ପଶିଲା ବନ୍ୟା ଜଳ

ନୂଆଦିଲ୍ଲୀ : ବେହାଲ ଦିଲ୍ଲୀ ସ୍ଥିତି । ଯମୁନା ନଦୀ ଯୋଗୁ ଦିଲ୍ଲୀ ଏବେ ଭାସୁଛି। ବୁଡିଛି ବଡବଡ କୋଠା । ଭିଆଇପି ଏରିଆ ଜଳାର୍ଣ୍ଣବ । ୧୯୭୮ ପରେ ରାଜଧାନୀରେ ସବୁଠାରୁ ବଡ଼ ବନ୍ୟା । ଯମୁନା ନଦୀରେ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର । ରାଜଧାନୀର ଭିଆଇପି ଅଞ୍ଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ଐତିହାସିକ ଲାଲକିଲ୍ଲାରେ ମଧ୍ୟ ପଶିଛି ଯମୁନା ଜଳ । ତଳିଆ ଅଞ୍ଚଳ ଗୁଡିକ ଜଳାର୍ଣ୍ଣବ ହୋଇଥିବା ବେଳେ ରାଜରାସ୍ତାରେ ଢେଉ ଭାଙ୍ଗୁଛି ବନ୍ୟାପାଣି ।

ବନ୍ୟା ଯୋଗୁ ଦିଲ୍ଲୀର ୩ଟି ଓ୍ଵାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବନ୍ଦ । ଫଳରେ ସହରବାସୀଙ୍କୁ ପାନୀୟ ଜଳ ସଙ୍କଟର ସାମ୍ନା କରିବାକୁ ପଡିପାରେ । ବନ୍ୟାସ୍ଥିତିକୁ ନଜରରେ ରଖି ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ସବୁ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ ହୋଇଛି । ଯମୁନା କୂଳବର୍ତ୍ତୀ ଅଞ୍ଚ ଗୁଡିକ ଜଳମଗ୍ନ ହୋଇଥିବା ବେଳେ ରିଂ ରୋଡ୍‌, କାଶ୍ମୀର ଗେଟ୍‌, ରାଜଘାଟ, ଆଇଟିଓ, ଲାଲକିଲ୍ଲା, ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ବନ୍ୟାପାଣିରେ ବୁଡି ରହିଛି । ସିବିଲ ଲାଇନ୍ସରେ ଥିବା ବହୁ ସରକାରୀ ଅଧିକାରୀଙ୍କ ଘରେ ପଶିଛି ବନ୍ୟାପାଣି । ରେସକ୍ୟୁ ପାଇଁ ଏନଡିଆରଏଫ ଟିମ୍‌ ସଜାଗ ରହିଛି । ଓ୍ଵାଟର ଲଗିଂ ଯୋଗୁ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ।

Exit mobile version