Site icon ଆଜିକାଲି

ଭାରତରେ ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା

ନୂଆଦିଲ୍ଲୀ : ଭାରତରେ ପହଞ୍ଚିଛନ୍ତି ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା । ହସିନା ହିଣ୍ଡନ ଏୟାରବେସରେ ପହଞ୍ଚିଥିବାବେଳେ ବାୟୁସେନା ଅଧିକାରୀ ତାଙ୍କୁ ସ୍ବାଗତ କରିଛନ୍ତି ।

ତାଙ୍କ ହେଲିକପ୍ଟର ଏଠାରେ ପହଞ୍ଚିବା ପରେ ତାଙ୍କୁ ଭାରତୀୟ ବାୟୁସେନାର ଅଧିକାରୀମାନେ ସ୍ୱାଗତ କରିଥିଲେ। ଏଠାରୁ ସେ କଡ଼ା ସୁରକ୍ଷାବଳୟ ମଧ୍ୟରେ ଦିଲ୍ଲୀର ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବେ। ସେଠାରେ ସେ ଲଣ୍ଡନ ଯିବାର କାର୍ଯ୍ୟକ୍ରମ ରହିଛି। ହସିନା ଭାରତ ଆସୁଥିବାରୁ ଦିଲ୍ଲୀ ଠାରୁ ଆରମ୍ଭ କରି ଗାଜିବାଦ ଏୟାରପୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଡ଼ା ସୁରକ୍ଷାବଳୟ ମଧ୍ୟରେ ସାଧାରଣ ଯାତ୍ରୀଙ୍କୁ ଦିଲ୍ଲୀ ଏୟାରପୋର୍ଟକୁ ଯିବାକୁ ପଡ଼ୁଛି। ହସିନାଙ୍କ ସହ ତାଙ୍କ ଭଉଣୀ ମଧ୍ୟ ଭାରତରେ ପହଞ୍ଚିଛନ୍ତି।

Exit mobile version