Site icon ଆଜିକାଲି

ଭାରତକୁ ୨୫୭ ରନ୍‌ର ଟାର୍ଗେଟ୍ ଦେଲା ବାଂଲାଦେଶ

ପୁଣେ: ବିଶ୍ୱକପ୍‌ର ୧୭ତମ ମ୍ୟାଚ୍‌ରେ ବାଂଲାଦେଶ ଭାରତକୁ ୨୫୭ ରନ୍‌ର ଲକ୍ଷ୍ୟ ଦେଇଛି। ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ପାଇଁ ୨୫୬ ରନ୍ କରିଛି ।

ପୁଣେର ଏମସିଏ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନରମାନେ ଦଳକୁ ଭଲ ଆରମ୍ଭ ଦେଇଥିଲେ। ତାଞ୍ଜିଦ ହସନ ତମିମ (୫୧) ଓ ଲିଟନ୍ ଦାସ (୬୬) ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ଓ୍ବିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ । ହେଲେ ପରେ ଭାରତୀୟ ବୋଲରମାନେ ସଫଳ ପ୍ରତ୍ୟାବର୍ତ୍ତନ କରି ବାଂଲାଦେଶର ନିୟମିତ ଓ୍ବିକେଟ୍ ଖସାଇଥିଲେ । ଦୁଇ ଓପନରଙ୍କ ବ୍ୟତୀତ ବାଂଲାଦେଶ ଓ୍ବିକେଟ୍ କିପର ବ୍ୟାଟ୍ମୁସମ୍ୟାନ ମୁଶଫିକୁର ରହିମ୍ ୩୮ ରନ୍ କରିଥିଲେ। ଆଘାତ ଯୋଗୁଁ ବାଂଲାଦେଶ ଅଧିନାୟକ ସକିବ ଅଲ୍ ହସନ୍ ଏହି ମ୍ୟାଚରେ ଖେଳୁନାହାଁନ୍ତି ।

ଭାରତ ପକ୍ଷରୁ ଜସପ୍ରୀତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଶାର୍ଦ୍ଦୁଲ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।

Exit mobile version