Site icon ଆଜିକାଲି

ମହଙ୍ଗା ହେବ ବ୍ୟାଙ୍କ ଋଣ, ପୁଣି ରେପୋ ରେଟ୍‌ ବଢ଼ାଇଲା ଆରବିଆଇ

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ (ଆରବିଆଇ) ଆଜି ୨୦୨୨-୨୩ ଆର୍ଥିକ ବର୍ଷର ଶେଷ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥର ମଧ୍ୟ ରେପୋ ରେଟ୍ ତଥା ସୁଧ ହାର ୦.୨୫ ପ୍ରତିଶତ ବୃଦ୍ଧି କରିଛି ଆରବିଆଇ । ଆରବିଆଇର ଏହି ନିଷ୍ପତ୍ତି ପରେ ବ୍ୟାଙ୍କ ଋଣ ପୁଣି ମହଙ୍ଗା ହେବା ସମ୍ଭାବନା ରହିଛି ।

ଏହା ପରେ ଦେଶରେ ରେପୋ ହାର ୬.୫୦ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ପୂର୍ବରୁ ୬.୨୫ ପ୍ରତିଶତ ଥିଲା। ଏମପିସିର ୬ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ରେପୋ ରେଟ୍ ବଢ଼ାଇବା ସପକ୍ଷରେ ଭୋଟ୍ ଦେଇଥିଲେ । କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟରେ ବୃଦ୍ଧି ଘଟିଛି ।

ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ସୋମବାର, ଫେବୃଆରୀ ୬ରେ ଅନୁଷ୍ଠିତ ହୋଇଥିଲା ଏବଂ ଆଜି ଏହାର ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହା ହେଉଛି ଶେଷ କ୍ରେଡିଟ୍ ପଲିସି ଏବଂ ଏହା କେନ୍ଦ୍ର ବଜେଟ ପରେ ଘୋଷଣା ହୋଇଛି । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପର୍ଯ୍ୟାପ୍ତ ପରିମାଣର ଲିକ୍ବିଡିଟି ରହିଛି ଏବଂ ଆରବିଆଇ ଦେଶରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି।

Exit mobile version