Site icon ଆଜିକାଲି

ଯେସାକୁ ତେସା ନୀତି ଆପଣାଇଲା ଭାରତ, ଦିଲ୍ଲୀରେ ବ୍ରିଟିଶ ହାଇ କମିଶନରଙ୍କ ବାସଭବନ ବାହାରେ ହଟିଲା ବ୍ୟାରିକେଡିଂ

ନୂଆଦିଲ୍ଲୀ: ଭାରତରେ ବ୍ରିଟିଶ ହାଇ କମିଶନ ଏବଂ ହାଇ କମିଶନର ଆଲେକ୍ସ ଏଲିସଙ୍କ ବାସଭବନ ବାହାରେ ସୁରକ୍ଷା ପାଇଁ କରାଯାଇଥିବା ବ୍ୟାରିକେଡିଂକୁ ହଟାଇ ଦିଆଯାଇଛି।

ନିକଟରେ ଲଣ୍ଡନରେ ଭାରତୀୟ ହାଇ କମିଶନ ଉପରେ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ । ସେମାନେ ହାଇ କମିଶନରେ ଲାଗିଥିବା ତ୍ରିରଙ୍ଗାକୁ କାଢ଼ି ଦେବା ସହ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । ଏନେଇ ଭାରତ ଦୃଢ ପ୍ରତିବାଦ ଜଣାଇଥିଲା । ଭାରତୀୟ ହାଇ କମିଶନ ବାହାରେ ସୁରକ୍ଷା ବ୍ୟବସ୍ଥାର ଅଭାବ ନେଇ ଭାରତ ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ବ୍ରିଟେନ ଠାରୁ ଜବାବ ତଲବ କରିଥିଲା ।

ଉକ୍ତ ଘଟଣାର ପ୍ରତିକ୍ରିୟା ସ୍ବରୂପ ଭାରତ ଯେସାକୁ ତେସା ନୀତି ଆପଣାଇ ବ୍ରିଟିଶ ହାଇ କମିଶନରଙ୍କ ବାସଭବନ ବାହାରେ ବ୍ୟାରିକେଡ ହଟାଇଥିବା ମନେ କରାଯାଉଛି ।

Exit mobile version