Site icon ଆଜିକାଲି

ବଠିଣ୍ଡା ମିଲିଟାରୀ ଷ୍ଟେସନ ଗୁଳିକାଣ୍ଡ: ଜଣେ ଯବାନ ଗିରଫ

ଚଣ୍ଡିଗଡ଼: ବଠିଣ୍ଡା ମିଲିଟାରୀ ଷ୍ଟେସନ ଗୁଳିକାଣ୍ଡ ମାମଲାରେ ପଞ୍ଜାବ ପୋଲିସ ଜଣେ ସେନା ଯବାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଏନେଇ ଅପରାହ୍ନରେ ପଞ୍ଜାବ ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସମ୍ଭାବନା ରହିଛି ।

ଏପ୍ରିଲ ୧୨ରେ ଘଟିଥିବା ଏହି ଘଟଣାରେ ଚାରି ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାର ମୁଖ୍ୟ ସାକ୍ଷୀ ଦେଶାଇ ମୋହନ ନାମକ ଜଣେ ଯବାନଙ୍କୁ ଗିରଫ କରାଯାଇଥିବା ପଞ୍ଜାବ ପୋଲିସ ଦାବି କରିଛି। ଏହି ଘଟଣା ପରଠୁ ଦୁଇଜଣ ଯବାନ ନାଗା ସୁରେଶ ଓ ଦେଶାଇ ମୋହନ ପୋଲିସ ସ୍କାନରରେ ଥିଲେ । ପରେ ଦେଶାଇ ମୋହନଙ୍କ ଉପରେ ପୋଲିସର ସନ୍ଦେହ ଆହୁରି ବଢିଥିଲା। ତାଙ୍କୁ ସୋମବାର ଗିରଫ କରାଯାଇଛି ।

ଏହାପୂର୍ବରୁ ମିଲିଟାରୀ ଷ୍ଟେସନ ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ପଞ୍ଜାବ ପୋଲିସ ବୟାନ ରେକର୍ଡ ପାଇଁ କିଛି ସେନା କର୍ମଚାରୀଙ୍କୁ ନୋଟିସ୍ ଜାରି କରିଛି। ଏହି ମାମଲାରେ ସେନା ମଧ୍ୟ ନିଜସ୍ଵ ସ୍ତରରେ ତଦନ୍ତ କରୁଛି ।

Exit mobile version