Site icon ଆଜିକାଲି

ବିସିସିଆଇ ଜାରି କଲା ମହିଳା କ୍ରିକେଟର୍ସଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ

ନୂଆଦିଲ୍ଲୀ: ବିସିସିଆଇ ପକ୍ଷରୁ ମହିଳା କ୍ରିକେଟର ମାନଙ୍କ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଜାରି । ଯେଉଁଥିରେ ଏ, ବି ଏବଂ ସି ଗ୍ରେଡ୍‌ର ସାମିଲ ଖେଳାଳିଙ୍କ ନାମ ପ୍ରକାଶ ପାଇଛି । ଏ ଗ୍ରେଡ୍‌ରେ ୩ ଖେଳାଳି ରହିଥିବା ବେଳେ ବିରେ ୫ ଏବଂ ସିରେ ୯ ଜଣ ଖେଳାଳି ରହିଛନ୍ତି । କିଛି ଦିନ ପୁର୍ବରୁ ପୁରୁଷ ଦଳ ପାଇଁ ମଧ୍ୟ ବିସିସିଆଇ ବାର୍ଷିକ କଣ୍ଟ୍ରାକ୍ଟ ପ୍ରକାଶ କରିଥିଲା । ଯେଉଁଥିରେ ଖେଳାଳି ମାନଙ୍କ ପାଇଁ ବମ୍ପର ସାଲେରୀ ସାମ୍ନାକୁ ଆସିଥିଲା ।

ତେବେ ପୁରୁଷ ଏବଂ ମହିଳା ଦଳର ଖେଳାଳିଙ୍କ ବାର୍ଷିକ ଦରମା ମଧ୍ୟରେ ଆକାଶ ପାତାଳ ଫରକ ରହିଛି । କିନ୍ତୁ ବର୍ତ୍ତମାନ ବିସିସିଆଇ ଦ୍ୱାରା ଯେଉଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ପ୍ରକାଶ ପାଇଛି । ସେଥିରେ, ଗ୍ରେଡ୍ ଅନୁଯାୟୀ ଖେଳାଳିମାନେ କେତେ ଦରମା ପାଇବେ, ଏହା ବିଷୟରେ କିଛି କୁହାଯାଇ ନାହିଁ । କେବଳ ଏହା କୁହାଯାଇଛି ଯେ କେଉଁ ଖେଳାଳିଙ୍କୁ କେଉଁ ଗ୍ରେଡରେ ରଖାଯାଇଛି । ଭାରତର ଅଧିନାୟକ ତଥା ଭେଟେରାନ କ୍ରିକେଟର ହରମାନପ୍ରୀତ କୌର, ଓପନର୍ ସ୍ମୃତି ମନ୍ଧାନା ଏବଂ ତାରକା ଅଲରାଉଣ୍ଡର ଦୀପ୍ତି ଶର୍ମାଙ୍କୁ ଏ ଗ୍ରେଡରେ ରଖାଯାଇଛି ।

ଯୁବ ୱିକେଟ୍ କିପର ରିଚା ଘୋଷ ଏବଂ ଜେମିମା ରୋଡ୍ରିଗୁସଙ୍କୁ ବାର୍ଷିକ ଚୁକ୍ତିରେ ବି ଗ୍ରେଡ୍ ପଦୋନ୍ନତି ଦିଆଯାଇ ଥିବାବେଳେ ଶିଖା ପାଣ୍ଡେ ଏବଂ ତାନିଆ ଭାଟିଆଙ୍କୁ ବାଦ ଦିଆଯାଇଛି। ବାର୍ଷିକ ଚୁକ୍ତିନାମା ତାଲିକାରେ ମୋଟ ୧୭ ଖେଳାଳିଙ୍କୁ ରଖାଯାଇଛି।

ଗ୍ରେଡ୍ ‘ଏ’ରେ ହରମାନପ୍ରୀତ କୌର, ସ୍ମୃତି ମନ୍ଧାନା ଏବଂ ଦୀପ୍ତି ଶର୍ମା ଥିବାବେଳେ ଗ୍ରେଡ୍ ‘ବି’ରେ ରେଣୁକା ସିଂ ଠାକୁର, ଜେମିମା ରୋଡ୍ରିଗୁସ୍, ଶେଫାଳି ବର୍ମା, ରିଚା ଘୋଷ ଏବଂ ରାଜେଶ୍ୱରୀ ଗାଇକୱାଡ ଏବଂ ଗ୍ରେଡ୍ ‘ସି’ରେ ମେଘନା ସିଂ, ଦେବିକା ବୈଦୟା, ସାବିନେନି ମେଘନା, ଅଞ୍ଜଳି ସରୱାନୀ, ପୂଜା ଭାଷ୍ଟ୍ରକର, ସ୍ନେହ ରାଣା, ରାଧା ଯାଦବ, ହାର୍ଲେନ ଦେଓଲ ଏବଂ ୟସ୍ତିକା ଭାଟିଆ।

Exit mobile version