Site icon ଆଜିକାଲି

ଓ୍ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ : ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା, ତିଲକ୍‌-ୟଶସ୍ୱୀ ନୂଆ ମୁହଁ

ମୁମ୍ବାଇ : ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଟିମ ଘୋଷଣା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ଆଇପିଏଲରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଯଶସ୍ବୀ ଜୟସ୍ବାଲ ଓ ତିଲକ ବର୍ମାଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟ୍‌ସମ୍ୟାନ୍ ବିରାଟ କୋହଲିଙ୍କ ସମେତ ବରିଷ୍ଠ ଖେଳାଳିଙ୍କୁ ଦଳରେ ବିଶ୍ରାମ ଦିଆଯାଇଛି।

ଅଗଷ୍ଟ ୩ରୁ ଏହି ଟି-୨୦ ସିରିଜ୍ ଆରମ୍ଭ ହେବ। ଟିମର କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଥିବା ବେଳେ , ସୂର୍ଯ୍ୟ କୁମାର ଯାଦବ ଭାଇସ କ୍ୟାପଟେନ୍ , ଇଶାନ କିଶନ, ଶୁଭମନ ଗିଲ, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ନୋଇ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ, ଅଭେସ ଖାନ, ମୁକେଶ କୁମାର । ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଭାରତ ୨ଟି ଟେଷ୍ଟ, ୩ଟି ଦିନିକିଆ ଓ ୫ଟି ଟି-୨୦ ମ୍ୟାଚ ଖେଳିବ ।

ତେବେ ପ୍ରଥମ ଟେଷ୍ଟ ୧୨ରୁ ୧୬ ଜୁଲାଇ ଓ ୨ୟ ଟେଷ୍ଟ ୨୦ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଖେଳ ହେବ । ଦିନିକିଆ ମ୍ୟାଚ ୨୭ ଓ ୨୯ ଜୁଲାଇ ଓ ୧ ଅଗଷ୍ଟରେ ଖେଳାଯିବ । ୫ ଟିକିଆ ଟି-ଟ୍ବେଣ୍ଟିଂ ସିରିଜ୍ ଅଗଷ୍ଟ ୩ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ।

Exit mobile version