Site icon ଆଜିକାଲି

ଫାଇନାଲ ପୂର୍ବରୁ ଭାରତୀୟ ଦଳକୁ ଏପରି ଚେତାବନୀ ଦେଲେ ବିସିସିଆଇ ସଭାପତି

ଅହମ୍ମଦାବାଦ: ଆଜି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବକପ୍ ଫାଇନାଲ ଖେଳାଯିବ । ଭାରତୀୟ ଦଳ ୧୨ ବର୍ଷ ପରେ ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଅଣ୍ଟା ଭିଡ଼ିଛି । କିନ୍ତୁ ସାମ୍ନାରେ ରହିଛି ପାଞ୍ଚ ଥରର ବିଜେତା ଅଷ୍ଟ୍ରେଲିଆ। ଟୁର୍ଣ୍ଣାମେଣ୍ଟର ଦୁଇ ଶ୍ରେଷ୍ଠ ଦଳ ମଧ୍ୟରେ ରୋମାଞ୍ଚକ ମୁକାବିଲା ହେବ ବୋଲି ଆଶା କରାଯାଉଛି। ଫାଇନାଲ୍ ପାଇଁ ବିସିସିଆଇ ସଭାପତି ରୋଜର ବିନ୍ନି ଭାରତୀୟ ଦଳକୁ ଶୁଭେଛା ଜଣାଇଛନ୍ତି । ଟିମ୍ ଇଣ୍ଡିଆ ଟ୍ରଫି ଜିତିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏଥିସହ ବିନ୍ନି ରୋହିତ ଶର୍ମାଙ୍କ ଦଳକୁ ସତର୍କ ମଧ୍ୟ କରାଇଛନ୍ତି । ପାଞ୍ଚ ଥର ଚାମ୍ପିୟନ ଅଷ୍ଟ୍ରେଲିଆ ଦଳକୁ ହାଲୁକା ଭାବେ ନ ନେବାକୁ ଭାରତୀୟ ଦଳକୁ କହିଛନ୍ତି ବିସିସିଆଇ ସଭାପତି।

ଅହମ୍ମଦାବାଦରେ ଗଣମାଧ୍ୟମକୁ ରୋଜର ବିନ୍ନି କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ବହୁତ ଭଲ ଖେଳିଛି। ଆମେ ଏପର୍ଯ୍ୟନ୍ତ ସବୁ ମ୍ୟାଚ୍ ଜିତିଛୁ, ଯାହା ବିଶ୍ୱକପରେ ଏକ ରେକର୍ଡ | ମୋର ବିଶ୍ୱାସ ଯେ ଫାଇନାଲରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିବ । କିନ୍ତୁ ଫାଇନାଲ୍ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବାକୁ ଯାଉଛି। ଆପଣ ଅଷ୍ଟ୍ରେଲିଆକୁ ହାଲୁକା ଭାବେ ନେଇପାରିବେ ନାହିଁ | ଅଷ୍ଟ୍ରେଲିଆ ଭଲ ଦଳ। ସେମାନେ ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ହୋଇଛନ୍ତି। କିନ୍ତୁ ଆମେ ଆଶା କରୁଛୁ ଭାରତ ଏହି ମ୍ୟାଚ ଜିତିବ।

Exit mobile version