Site icon ଆଜିକାଲି

ଆହୁରି ସପ୍ତାହେ ମ୍ୟାଚ ଖେଳିବେନି ବେନ୍ ଷ୍ଟୋକ୍ସ

ନୂଆଦିଲ୍ଲୀ : ବେନ୍ ଷ୍ଟୋକ୍ସଙ୍କ ଆହତ ହେବା ଚେନ୍ନାଇ ସୁପର କିଙ୍ଗ୍ସର ଚିନ୍ତା ବଢ଼ାଇଛି। ଷ୍ଟୋକ୍ସଙ୍କ ଗୋଡ଼ ଆଙ୍ଗୁଳିରେ ଆଘାତ ଲାଗିଥିବାରୁ ସେ ପୂର୍ବରୁ ୪ ମ୍ୟାଚ୍ ଖେଳିପାରି ନାହାନ୍ତି। ଏବେ ଆହୁରି ସପ୍ତାହେ ସେ ଟିମ୍‌ରେ ମ୍ୟାଚ୍ ଖେଳିପାରିବେ ନାହିଁ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଂ କହିଛନ୍ତି।

ଷ୍ଟୋକ୍ସ ବାଦ୍ ପଡ଼ିବା ପୂର୍ବରୁ ଦଳ ପାଇଁ କେବଳ ୨ଟି ମ୍ୟାଚ୍ ଖେଳିଛନ୍ତି। ଏପ୍ରିଲ ୮ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ମ୍ୟାଚ୍ ଖେଳୁଥିବା ବେଳେ ସେ ଆହତ ହୋଇଥିଲେ। ଏହାପରେ ତାଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଥିଲା। ସେବେଠାରୁ ସେ ୪ଟି ମ୍ୟାଚ୍ ଖେଳିପାରି ନାହାନ୍ତି। ଏବେ ଆହୁରି ସପ୍ତାହେ ସେ ବିଶ୍ରାମ ନେବେ ବୋଲି ଫ୍ଲେମିଂ କହିଛନ୍ତି।

ସେହିପରି ଧୋନୀଙ୍କ ଅଣ୍ଠୁ ଯନ୍ତ୍ରଣା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଧୋନୀଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ସେ ମ୍ୟାଚ୍ ଖେଳିପାରିବେ ବୋଲି ଫ୍ଲେମିଂ କହିଛନ୍ତି। ଅନ୍ୟପଟେ ଷ୍ଟୋକ୍ସଙ୍କ ଅନୁପସ୍ଥିତିରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଛି। ଗତକାଲି ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ବିଜୟ ହୋଇଥିଲା ଦଳ। ବର୍ତ୍ତମାନ ଦଳ ପଏଣ୍ଟ ଟେବୁଲରେ ୩ ନମ୍ବର ସ୍ଥାନରେ ରହିଛି।

Exit mobile version