Site icon ଆଜିକାଲି

ବେଙ୍ଗାଲୁରୁ କାଫେ ବିସ୍ଫୋରଣର ତଦନ୍ତ ଏନ୍ଆଇଏକୁ ହସ୍ତାନ୍ତର

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଲୋକପ୍ରିୟ ରମେଶ୍ୱରମ୍ କାଫେରେ ହୋଇଥିବା ବୋମା ବିସ୍ଫୋରଣର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି। ପୂର୍ବ ବେଙ୍ଗାଲୁରୁର ବ୍ରୁକଫିଲ୍ଡ ଅଞ୍ଚଳରେ ଥିବା ରମେଶ୍ୱରାମ କାଫେରେ ମାର୍ଚ୍ଚ ୨ରେ ବିସ୍ଫୋରଣ ଘଟି ଅତି କମରେ ୯ ଜଣ ଆହତ ହୋଇଥିଲେ। ଜଣେ ଅଧିକାରୀ କହିଛନ୍ତି, ଏହି ମାମଲାର ତଦନ୍ତ ଏନଆଇଏକୁ ଦିଆଯାଇଛି। ସିସିଟିଭି କ୍ୟାମେରାରେ କଏଦ ଟୋପି, ମାସ୍କ ଏବଂ ଚଷମା ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ଘଟଣାର ମୁଖ୍ୟ ସନ୍ଦିଗ୍ଧ । ତା’ର ପତ୍ତା ମିଳିପାରି ନାହିଁ ବୋଲି ସେ କହିଛନ୍ତି।

ପୋଲିସର ସନ୍ଦେହ ଯେ ସିସିଟିଭି ଫୁଟେଜରେ କଏଦ ଉକ୍ତ ବ୍ୟକ୍ତି କାଫେ ଭିତରେ ବୋମା ବ୍ୟାଗ୍ ରଖିଥିଲା। ପ୍ରାରମ୍ଭିକ ତଦନ୍ତ ଅନୁଯାୟୀ ସନ୍ଦିଗ୍ଧ ଅଭିଯୁକ୍ତ ଦିନ ୧୧.୩୦ରେ ରମେଶ୍ୱରମ୍ କାଫେରେ ପ୍ରବେଶ କରିଥିଲା । ଏହା ପରେ ସେ ୧୧.୩୮ରେ ରାଓ୍ବା ଇଡଲି ଅର୍ଡର ଦେଇଥିଲା । ରାଓ୍ବା ଇଡଲି ଖାଇବା ପରେ ସେ ୧୧.୪୪ରେ ହାତ ଧୋଇବା ପାଇଁ ୱାଶ ବେସିନ ଆଡକୁ ଯାଇଥିଲା | ଏହି ସମୟ ମଧ୍ୟରେ ସେ ଧରିଥିବା ଆଇଇଡି ବ୍ୟାଗକୁ ସେଇଠି ରଖି ୧୧.୪୫ରେ କାଫେରୁ ବାହାରି ଯାଇଥିଲା। ଏହା ପରେ ଦିନ ୧୨.୫୬ରେ ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା ।

Exit mobile version