Site icon ଆଜିକାଲି

ଗୁଜୁରାଟ: ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ଭୁପେନ୍ଦ୍ର ପଟେଲ, ଡିସେମ୍ବର ୧୨ରେ ଶପଥ

ଗାନ୍ଧିନଗର: ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରାୟତଃ ସ୍ପଷ୍ଟ ହୋଇସାରିଛି ।‌ ରେକର୍ଡ ୧୫୦ରୁ ଊର୍ଦ୍ଧ୍ବ ଆସନ ସହ ବିଜେପି ସପ୍ତମ ଥର ରାଜ୍ୟରେ ସରକାର ଗଢ଼ିବ । ଡିସେମ୍ବର ୧୨ରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଭୁପେନ୍ଦ୍ରଭାଇ ପଟେଲ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ବିଜେପି ରାଜ୍ୟ ସଭାପତି ସିଆର୍ ପାଟିଲ ସୂଚନା ଦେଇଛନ୍ତି ।

ପାଟିଲ କହିଛନ୍ତି ଯେ ଗୁଜରାଟର ମୁଖ୍ୟମନ୍ତ୍ରୀ ଡିସେମ୍ବର ୧୨ ଅପରାହ୍ନ ୨ଟାରେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେବେ। ଶପଥ ଗ୍ରହଣ ସମାରୋହ ଗାନ୍ଧିନଗର ହେଲିପ୍ୟାଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ।

କେଉଁ ଦଳକୁ ବିରୋଧୀ ଭାବେ ବିବେଚନା କରାଯିବ ବୋଲି ପ୍ରଶ୍ନରେ ପାଟିଲ କହିଛନ୍ତି ଯେ ଆମେ କେବଳ କଂଗ୍ରେସକୁ ବିରୋଧୀ ବୋଲି ବିବେଚନା କରୁଛୁ। ସେ କହିଛନ୍ତି, କଂଗ୍ରେସ ଭାବିବା ଉଚିତ ଯେ ଏହା ଏକ ଜାତୀୟ ଦଳ ଥିଲା, କିନ୍ତୁ ଏବେ ଏହାର ପତନ ଘଟିବାରେ ଲାଗିଛି ।

Exit mobile version